
ଚମ୍ପୁଆ : କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅଧୀନସ୍ଥ ଚନ୍ଦ୍ରଶେଖରପୁର ଗ୍ରାମର ବସା ସାହିରେ ଗତକାଲି ରାତିରେ ସ୍ବର୍ଗତ ରାମ ମୁଣ୍ଡାଙ୍କ ବିଧବା ସ୍ତ୍ରୀ ପାର୍ବତୀ(୪୮)ଙ୍କୁ ଶୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୪ ବର୍ଷ ତଳେ ପାର୍ବତୀଙ୍କ ସ୍ବାମୀ ରାମ ମୁଣ୍ଡାଙ୍କର ମୃତ୍ୟୁ ଘଟିଛି। ତାଙ୍କର ୩ ଝିଅ ଓ ଦୁଇ ପୁଅ ଅଛନ୍ତି। ବଡ଼ପୁଅ ବାହାରେ ରହି କାମ କରୁଥିବାବେଳେ ସାନ ପୁଅ ମାମୁ ଘରେ ରହୁଛି। ବଡ଼ ଝିଅ ବାହା ହୋଇଯାଇଛି। ତେବେ କାଳୀପୂଜା ପାଇଁ ସେ ଘରକୁ ଆସିଥିଲା। ଗତକାଲି ରାତିରେ ମା’ଝିଅ ଖାଇବା ପରେ ତିନି ଝିଅ ପଡ଼ିଶା ଘରକୁ ଶୋଇବାକୁ ଯାଇଥିଲେ। ମା’ ପାର୍ବତୀ ଏକାକୀ ଘରେ ଶୋଇଥିଲେ। ରାତିରେ କେହି ଦୁର୍ବୃତ୍ତ ପାର୍ବତୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିବା ପରେ ଘରେ ଥିବା କୁକୁଡ଼ା ଓ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇଯାଇଛି। ଆଜି ସକାଳୁ ଘଟଣା ଜଣାପଡ଼ିଥିଲା। ବାରିଆ ଥାନା ଅଧିକାରୀ ଗଗନ ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାରିଆ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
The post ଚମ୍ପୁଆ : ବିଧବା ମହିଳାଙ୍କୁ ନିର୍ମମ ହତ୍ୟା first appeared on Sambad.
from ଜିଲ୍ଲା – Sambad https://ift.tt/35M7v6Q
0 Comments