ଗଜପତି : ରାସ୍ତା କଡ଼ରେ ପ୍ରସବ। ପାରଳାଖେମୁଣ୍ଡି ରାଜ ନଅର ସମ୍ମୁଖ ରାସ୍ତା କଡରେ ଭିକ୍ଷା ବୃତ୍ତି କରୁଥିବା ଜଣେ ମହିଳା କନ୍ୟା ସନ୍ତାନ ଜନ୍ମ କରିଛନ୍ତି।

ସୂଚନା ମୁତାବକ, ମହିଳାଙ୍କ ପ୍ରସବ ବେଦନା ଦେଖି କିଛି ସ୍ଥାନୀୟ ବାସିନ୍ଦା ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ନଆସିବାରୁ ରାସ୍ତା କଡ଼ରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ସନ୍ତାନ ଜନ୍ମ ପରେ ତାଙ୍କୁ ଅଟୋ ଯୋଗେ ଡାକ୍ତରଖାନା ପଠାଯାଇଛି।

The post ରାସ୍ତା କଡ଼ରେ ପ୍ରସବ first appeared on Sambad.



from ଜିଲ୍ଲା – Sambad https://ift.tt/32KOWxP