
ବାଲେଶ୍ବର: ବାଲେଶ୍ବର ପୁଲିସ୍ ସହାୟତାରେ କ୍ରାଇମ୍ ବ୍ରାଞ୍ଚ୍ ଏସ୍ଟିଏଫ୍ ଏକ ଚଢ଼ାଉ କରି ବ୍ରାଉନ୍ ସୁଗାର କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସହଦେବଖୁଣ୍ଟର ହୋଟେଲ୍ ଜ୍ୟୋତି ସାଗର ନିକଟରେରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ଅଭିଯୁକ୍ତମାନେ ହେଲେ ମସ୍ଜିଦ୍ ଗଳିର ଏସ୍କେ ଜମିର୍, ନୟାବଜାରର ପ୍ରଭାତ କୁମାର ସେଠୀ ଓ କାଶିମେଲା ସୁକୁରାଜର ଜଶୋବନ୍ତ ବାଗ। ୩ ଜଣ ଯାକ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲାର ସହଦେବଖୁଣ୍ଟ ପୁଲିସ୍ ଷ୍ଟେସନ୍ର। ସର୍ଚ୍ଚ କାଳରେ ୮୫, ୬୬୦ ଟଙ୍କା ଓ ୧ କିଲୋ ୧୦୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୧ କୋଟିରୁ ଊର୍ଧ୍ବ ହେବ ବୋଲି କୁହାଯାଇଛି। ଏହାବ୍ୟତୀତ ଅନ୍ୟ କିଛି ଅପରାଧିକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ରହିଛି।
The post ବାଲେଶ୍ବର: ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗାର ଜବତ, ୩ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/367gG0E
0 Comments