ବରଗଡ଼/କୋରାପୁଟ: ବରଗଡ଼ ଓ କେରାପୁଟ ଜିଲ୍ଲାର ପଟ୍ଟାଙ୍ଗିରୁ ଦୁଇ ଜଣ ଯୁବକଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ତେବେ ଉଭୟ ବରଗଡ଼ ଓ ପଟ୍ଟାଙ୍ଗିରେ ୨ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି।

ସୂଚନା ଅନୁସାରେ ବରଗଡ଼ର ଖଜୁରିଆକଟା ନାଳରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରାଜୁ ମହାରଣା (୩୪)। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ ଚଳାଇଛି।

ସେହିପରି ଅନ୍ୟଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିସ୍ଥିତ ଗଣେଶ ମନ୍ଦିର ନିକଟରେ। ଏଠାରେ ଉଦ୍ଧାର ହୋଇଥିବା ଯୁବକଙ୍କ ହତ୍ୟା ସନ୍ଦେହ ଗେଟସାହିସ୍ଥିତ ଏନ ଲୋକେଶ୍ୱର ରାଓଙ୍କ ମଝିଆ ପୁଅ ଗଙ୍ଗାପ୍ରସାଦ ଚୌଧୁରୀ (୨୭)। ଗତକାଲି ରାତି ୯ ଘଣ୍ଟା ପର୍ଯ୍ୟନ୍ତ ସେ ଘରେ ଥିଲେ। କିଛି ସମୟ ଘରବାହାରେ ବସି ଫୋନ ଯୋଗେ କଥାବାର୍ତ୍ତା କରି ବାହାରକୁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ରାତି ୧୦ ସମୟରେ ପଟ୍ଟାଙ୍ଗି ସ୍ଥିତ ଗଣେଶ ମନ୍ଦିର ନିକଟରେ ଗଙ୍ଗାପ୍ରସାଦଙ୍କୁ ପାଇଥିବା। ଏହା ପରେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଗଙ୍ଗାପ୍ରସାଦଙ୍କୁ ମୃତ ଘୋଷଣା କରାଯାଇଥିଲା। ଶରୀରର କେବଳ ବେକ ପାଖରେ ହିଁ ରସି ଚିହ୍ନ ରହିଥିବା ସହିତ ଅନ୍ୟକୌଣସି ଜାଗାରେ କ୍ଷତ ବିକ୍ଷତ ଚିନ୍ନ ନଥିବା ଦେଖିବାକୁ ମିଳିଛି। ପଟ୍ଟାଙ୍ଗି ପୁଲିସ ପହଞ୍ଚି ଘଟଣାର ଛାନ୍‌ବିନ ଚଳାଇଛି।

The post ବରଗଡ଼ ଓ ପଟ୍ଟାଙ୍ଗିରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ first appeared on Sambad.



from ଜିଲ୍ଲା – Sambad https://ift.tt/3mIjeci