କଟକ: ଏସ୍‌ସିବି ସଂପ୍ରସାରଣ ପାଇଁ ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟରେ ସିଏମସି ପକ୍ଷରୁ ତାଳଦଣ୍ଡା କେନାଲ ରାସ୍ତାରେ ଉ‌େଚ୍ଛଦ କାମ ଆରମ୍ଭ ହୋଇଛି। ଜାତୀୟ ରାଜପଥ ୧୬ରୁ ମାତୃଭବନ ପାଶ୍ବରୁ ତାଳଦଣ୍ଡା କେନାଳ ରାସ୍ତାରୁ ଉଚ୍ଛେଦ ଆରମ୍ଭ ହୋଇଛି। ସରକାରୀ ଜମିରେ ପଡିଥିବା ୮୦ରୁ ଅଧିକ କ୍ୟାବିନ୍‌ ଉଠାଯିବା‌ ସହିତ ବେନିୟମ ଭାବେ ତିଆରି ହୋଇଥିବା କିଛି ନିର୍ମାଣକୁ ଭଙ୍ଗାଯାଇଛି। ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଖୁବ ଶିଘ୍ର ସିଏମ୍‌ସି ପକ୍ଷରୁ ଥଇଥାନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସିଏମସି ପକ୍ଷରୁ ସୂଚନା ରହିଛି।

ଆଜି ପୂର୍ବାହ୍ନ ୧୧ଟାରେ ସିଏମ୍‌ସିର ଡେପୁଟି କମିସନର ଅବିନାଶ ରାଉତଙ୍କ ନେତୃତ୍ବରେ ଉଚ୍ଛେଦ କାମ ଆରମ୍ଭ କରାଯାଇଥିଲା। ମାତୃଭବନ ପଟରୁ ଆରମ୍ଭ ହୋଇଥିବା ଉଚ୍ଛେଦ କାମ ରାଣୀହାଟ ପୋଲ ପର୍ଯ୍ୟନ୍ତ କରାଯିବ। ଆଗାମୀ ଦିନରେ ଉଚ୍ଛେଦ କାମ ସହିତ ରାସ୍ତା ସଂପ୍ରସାରଣ କାମ କରାଯିବ ବୋଲି ଡେପୁଟି କମିସନର ଶ୍ରୀ ରାଉତ କହିଛନ୍ତି।

The post ଏସ୍‌ସିବି ସଂପ୍ରସାରଣ ଯୋଜନା; ମାତୃଭବନରୁ ଉଚ୍ଛେଦ କାମ ଆରମ୍ଭ first appeared on Sambad.



from ଜିଲ୍ଲା – Sambad https://ift.tt/2KerSBe