
ପୁରୁଷୋତ୍ତମପୁର : ୨୦୧୬ ମସିହା ସେପ୍ଟେମ୍ବର ୨୩ ତାରିଖରେ ଜଣେ ନାବାଳକ ସହ ସମଲିଙ୍ଗୀ ଯୌନ ସମ୍ପର୍କ ରଖି ଘଟଣା ପ୍ରଘଟ ଭୟରେ ତାକୁ ହତ୍ୟା କରି ଜେଲ୍ ଯାଇଥିବା ପିଣ୍ଟୁ ବିଷୋୟୀ ପୁଣି ଗିରଫ ହୋଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତପୁର ଥାନା ଇଲାକାରେ ଜଣେ ୮ ବର୍ଷର ନାବାଳକ ସହ ଜବରଦସ୍ତ ସମ୍ପର୍କ ରଖିବା ଉଦ୍ୟମ ମାମଲାରେ ପୁଲିସ ପିଣ୍ଟୁ ବିଷୋୟୀକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
ଏ ନେଇ କେସ୍ ନମ୍ବର ୨୯୬/୨୦ ପୋକ୍ସୋ ଆକ୍ଟ୍ ଅନୁସାରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ସେକେଣ୍ଡ ଅଫିସର୍ ଶ୍ରୀନିବାସ ଦାଶଙ୍କୁ ତଦନ୍ତ ଭାର ଦିଆଯାଇଛି। ଗତକାଲି ନାବାଳକ ଜଣକ ସନ୍ଧ୍ୟାରେ ବଜାରରେ ବୁଲୁଥିଲେ। ଏହି ସମୟରେ ପିଣ୍ଟୁ ତାଙ୍କୁ ଏକୁଟିଆ ପାଇ ଗ୍ରାମ ଠାକୁରାଣୀ ମନ୍ଦିର ନିକଟ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ସମଲିଙ୍ଗୀ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲା। ହେଲେ ନାବାଳକ ଜଣକ କୌଶଳ କ୍ରମେ ସେଠାରୁ ଦୌଡ଼ି ଆସି ଘରେ ଏହା କହିବା ପରେ ଅଜା ଥାନାରେ ଏତଲା ଦେଇଥିଲେ। ଆଜି ପିଣ୍ଟୁକୁ ପୁଲିସ କାବୁ କରି ଗିରଫ କରିଛି।
ସୂଚନା ଥାଉକି, ୨୦୧୬ ମସିହାରେ ପିଣ୍ଟୁ ଜଣେ ନାବାଳକ ସହ ଏଭଳି କୁତ୍ସିତ କାର୍ଯ୍ୟକଳାପ ଘଟାଇବା ପରେ ତାକୁ ହତ୍ୟା କରି ଶବକୁ ଗାଁର ପଞ୍ଚାୟତ ଅଫିସରେ ନିକଟରେ ଥିବା ଏକ ପରିତ୍ୟକ୍ତ ଶୌଚାଳୟ ଟାଙ୍କିରେ ଫୋପାଡ଼ି ଦେଇଥିଲା। ଏହି ଘଟଣା ସେତେବେଳେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ ମାମଲା ରୁଜୁ କରି ତାକୁ ଜେଲ୍ ପଠାଇଥିଲା।
The post ପୁଣି ବନ୍ଧା ହେଲା ସମଲିଙ୍ଗୀ ଯୌନ ପିପାସୁ ପିଣ୍ଟୁ first appeared on Sambad.
from ଜିଲ୍ଲା – Sambad https://ift.tt/3jWwBnt
0 Comments