
ଫୁଲବାଣୀ: ଫୁଲବାଣୀରେ ପୁଣି ବୋମା ମାଡ଼ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୩ ଟା ପାଖାପାଖି ସମୟରେ ପିଅନପଡାରେ ଏଭଳି ଘଟଣା ଘଟିଛି। ପୂର୍ବ ଶତ୍ରୁତାରୁ ଟିଟୁନ ବେହେରାଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ଦୁଇଟି ବାଇକରେ ୪ଜଣ ଆସି ବୋମା ମାଡ଼ କରିଥିବା ଜଣାଯାଇଛି। ଏଥିରେ ଘରର ଆଜବେଷ୍ଟସ୍ ଭାଙ୍ଗିଯାଇଛି। କିନ୍ତୁ ଘରେ ଥିବା କୌଣସି ସଦସ୍ୟଙ୍କର କିଛି କ୍ଷତି ହୋଇ ନାହିଁ।
ବାହାର ଜିଲ୍ଲାରୁ ଆସି ଏମିତି କରିଥିବା ସନ୍ଦେହ କରାଯାଉଛି। ଏହି ବୋମା ମାଡ଼ ଘଟଣାର ମାଷ୍ଟରମାଇଣ୍ଡ ଜଣେ ଗଞ୍ଜେଇ ମାଫିଆ ବୋଲି ଅନୁମାନ କରାଯାଉଛି। ଖବର ପାଇ ଫୁଲବାଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।
The post ପୂର୍ବ ଶତ୍ରୁତାରୁ ଫୁଲବାଣୀର ପିଅନପଡାରେ ବୋମା ମାଡ଼! first appeared on Sambad.
from ଜିଲ୍ଲା – Sambad https://ift.tt/38pZjer
0 Comments