କଟକ – ଜଗତପୁର: କଟକ ମହାନଦୀବିହାର ବାସିନ୍ଦା ୯୪ ବର୍ଷୀୟ ବ୍ରିଜ କିଶୋର ସିଂ କରୋନାକୁ ପରାସ୍ତ କରିଛନ୍ତି। ୧୧ ଦିନ କାଳ ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଛନ୍ତି। ସୂଚନା ଅନୁଯାୟୀ ଅକ୍ଟୋବର ୨୨ ତାରିଖରେ ଶ୍ରୀ ସିଂଙ୍କ ଦେହରେ କରୋନା ଲକ୍ଷଣ ଦେଖାଯିବା ଓ ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କ ପଡୋଶୀ ତଥା ଚୌଦ୍ୱାର – କଟକ ବିଧାୟକଙ୍କ ପ୍ରତିନିଧି ଇଂ. ସୁବ୍ରତ ଘଡ଼ାଇଙ୍କ ଅନୁରୋଧ କ୍ରମେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦେଶରେ ତାଙ୍କୁ ୨୩ ତାରିଖରେ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

Sambad

୧୧ ଦିନ ଚିକିତ୍ସା ପରେ ଆଜି କରୋନା ନେଗେଟିଭ ବାହାରିବା ପରେ ତାଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଛି। ଶ୍ରୀ ସିଂଙ୍କ ପରିବାର ପକ୍ଷରୁ ଦୁଇ ପୁଅ କିଶନ ସିଂ ଓ ଅଜୟ ସିଂ ଜିଲ୍ଲା ପ୍ରଶାସନ, ସିଏମସି କମିଶନର, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

The post କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧ first appeared on Sambad.



from ଜିଲ୍ଲା – Sambad https://ift.tt/3jW6b5l