ଖଜୁରିଆକଟା: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ସର୍ପା ଛକରେ ଆଜି ସକାଳ ୮ଟା ସମୟରେ ଏକ ବାଇକ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ ଆରୋହୀ ଜଣକ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଙ୍କ ଘର ହିନ୍ଦୋଳ ଥାନା ଅନ୍ତର୍ଗତ ନୂଆବଗ ଗ୍ରାମରେ। ତାଙ୍କ ନାମ ଲିପୁ ଦେହୁରୀ (୨୫) ବୋଲି ଜଣାପଡିଛି। ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

The post ଖଜୁରିଆକଟା: ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/2I3y3rj