
କଟକ: କଟକ ମାତାମଠଠାରେ ରାଜ୍ୟର ପ୍ରଥମ ପ୍ରିମିୟର ଲକ୍ଜୁରି ଫିଟ୍ନେସ ସେଣ୍ଟର ‘ମୋମେଣ୍ଟମ୍’ ଉଦ୍ଘାଟିତ ହୋଇଛି। ରାଜ୍ୟ ଆଇନ୍ମନ୍ତ୍ରୀ ପ୍ରତାପ ଜେନା ଏହି ଫିଟ୍ନେସ ସେଣ୍ଟରକୁ ଉଦ୍ଘାଟନ କରିଥିଲେ। ଏହି ସେଣ୍ଟରକୁ ଅତ୍ୟାଧୁନିକ ଉପକରଣ ଅଣାଯାଇଥିବା ସହ ଅଭିଜାତ୍ୟପୂର୍ଣ୍ଣ ବାତାବରଣରେ ଆରାମଦାୟକ ଅନୁଭୂତି ମିଳିପାରିବ। ଏଥିସହ ନୂତନ ବୈଷୟିକ ଜ୍ଞାନ କୌଶଳ ସହଯୋଗରେ ଜିମ୍ କରୁଥିବାବେଳେ ଯୁବପିଢୀମାନେ ପରିବେଶର ଉପଭୋଗ ମଧ୍ୟ କରିପାରିବେ। ସେହିପରି ସ୍ପୋର୍ଟ୍ସ ପରଫର୍ମାନ୍ସ ଓ ରିହାବ ସହିତ ଫିଜିଓ ସହାୟତା ମଧ୍ୟ ଉପଲବ୍ଧ ରହିଛି। କୌଣସି ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଏଠାରେ ପେଶାଦାର ଫିଜିଓ ନିୟୋଜିତ ହୋଇଛନ୍ତି।
କାର୍ଡିଓ ସେକ୍ସନ୍, କ୍ଲିନିକାଲ ନ୍ୟୁଟ୍ରିସନ୍ ପ୍ଲାନି˚ ଆଣ୍ତ ମ୍ୟାନେଜମେଣ୍ଟ ସହ ରାଜ୍ୟର ପ୍ରଥମ ଭାବେ ସ୍ପିନ୍ ବାଇକ୍ ଭର୍ଚୁଆଲ ଷ୍ଟୁଡିଓକୁ ଏଥିରେ ସାମିଲ କରାଯାଇଛି। ଆଜିର ଉଦ୍ଘାଟନୀ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତି, ପୂର୍ବତନ ସା˚ସଦ ଦିଲ୍ଲୀପ ତିର୍କୀ, ପୂର୍ବତନ ବିଧାୟକ ଆକାଶ ଦାଶ ନାୟକ, ଦେବାଶିଷ ସାମନ୍ତରାୟ, ଓସିଏ ସମ୍ପାଦକ ସ˚ଜୟ ବେହେରା, ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ମୋମେଣ୍ଟମ୍ ପକ୍ଷରୁ ସିତେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
The post ରାଜ୍ୟର ପ୍ରଥମ ପ୍ରିମିୟମ ଲକ୍ଜୁରି ଫିଟ୍ନେସ ସେଣ୍ଟର ‘ମୋମେଣ୍ଟମ୍’ ଉଦ୍ଘାଟିତ first appeared on Sambad.
from ଜିଲ୍ଲା – Sambad https://ift.tt/2IH5mQM
0 Comments