
କଟକ : ଏସ୍ସିବି ମେଡିକାଲ୍ କଲେଜ ଟ୍ରାନ୍ସଫ୍ୟୁଜନ ମେଡିସିନ୍ ବିଭାଗରେ ଆଜି ପ୍ଲାଜ୍ମା ଦାନ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ବଡ଼ ମେଡିକାଲ୍ରେ ପ୍ଲାଜ୍ମା ଦାନ କରିଛନ୍ତି। ବଡ ମେଡିକାଲରେ ଏଯାଏ ପାଖାପାଖି ଆଠ ଶହରୁ ଅଧିକ ବ୍ୟକ୍ତି ପ୍ଲାଜମା ଦାନ କରି ସାରିଲେଣି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ସଂପୂର୍ଣ୍ଣ ଆଣ୍ଟିବଡି ପ୍ରସ୍ତୁତ ହେବା ପରେ ସେମାନେ ପ୍ଲାଜମା ଦାନ ପାଇଁ ଯୋଗ୍ୟ ହେଉଛନ୍ତି।
The post ପ୍ଲାଜମା ଦାନ କଲେ ପର୍ଯ୍ୟଟନ ମନ୍ତ୍ରୀ first appeared on Sambad.
from ଜିଲ୍ଲା – Sambad https://ift.tt/3prwdkC
0 Comments