
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ସଅଁରାପଡ଼ାଠାରେ ଆଜି ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ସ୍ଥାନୀୟ କୁସୁମପଡ଼ାରେ ଗୋଟିଏ ଘର ଭିତରେ ୬ ଜଣ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଥିବା ଜଣାପଡ଼ିଛି । ସମସ୍ତ ମୃତଦେହରେ କମ୍ବଳ ଘୋଡ଼ାଯାଇଛି । ମୃତଦେହ ଗୁଡ଼ିକ ଗୋଟିଏ ପରିବାରର ବୋଲି କୁହାଯାଉଛି । ମୃତଦେହ ନିକଟରୁ ଟାଙ୍ଗିଆ ଓ ଫାର୍ଶା ଜବତ କରାଯାଇଛି ।

ଘଟଣାସ୍ଥଳରେ ପୁଲିସ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସାଇଣ୍ଟିଫିକ ଟିମ ପହଞ୍ଚିଲେ ପଡ଼ିଥିବା ବ୍ୟକ୍ତିମାନେ ମୃତ କି ଜୀବିତ ବୋଲି ଜଣାପଡ଼ିବ ବୋଲି ପାଟଣାଗଡ଼ ଥାନା ପ୍ରିୟଙ୍କା ରାଉତରାୟ କହିଛନ୍ତି ।
ବର୍ତ୍ତମାନ ଘଟଣାସ୍ଥଳରେ ପାଟଣାଗଡ଼ ଥାନାଧିକାରୀ, ବଲାଙ୍ଗୀର ଅତିରିକ୍ତ ଏସପି, ପାଟଣାଗଡ଼ ତହସିଲଦାର ପହଞ୍ଚିବା ଜଣାପଡିଛି।
The post ପାଟଣାଗଡ଼ରେ ଚାଞ୍ଚଲ୍ୟ : ଗୋଟିଏ ଘରେ ପଡ଼ିରହିଛି ୬ଟି ମୃତ ଦେହ, ପୁଲିସର ତଦନ୍ତ ଜାରି first appeared on Sambad.
from ଜିଲ୍ଲା – Sambad https://ift.tt/2UheDS4
0 Comments