
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ପଂଚାୟତ ଲୋକାପାଲି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସକାଳୁ ଘରୋଇ କଳହକୁ ନେଇ ଜଣେ ବୃଦ୍ଧା ମହିଳାଙ୍କୁ ସେହି ଗାଁର ସମ୍ପର୍କୀୟ ମହିଳାମାନେ ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଆହତ ହୋଇଥିବା ବୃଦ୍ଧା ମହିଳା ଜଣକ ହେଲେ ଶ୍ୱେତ ମଲ୍ଲିକଙ୍କ ସ୍ତ୍ରୀ ପ୍ରମିଳା ମଲ୍ଲିକ (୬୦ବର୍ଷ) ।
ଆଜି ସକାଳୁ ପ୍ରମିଳା ସେହି ଗାଁରେ ରହୁଥିବା ତାଙ୍କ ଝିଅ ଘରକୁ ଯାଇଥିବା ବେଳେ ସେଠାରେ ଝିଅଙ୍କ ସମ୍ପର୍କୀୟ ମହିଳାମାନେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ମହିଳାଙ୍କୁ ଏବେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
The post କାମାକ୍ଷାନଗର: ଲୋକାପାଲି ଗାଁରେ ଘରୋଇ କଳହକୁ ନେଇ ବୃଦ୍ଧାଙ୍କୁ ଆକ୍ରମଣ first appeared on Sambad.
from ଜିଲ୍ଲା – Sambad https://ift.tt/32wayyb
0 Comments