ବାରିପଦା : ଆଜି ଥିଲା ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ। ଦ୍ବିତୀୟ ‌ଶ୍ରୀକ୍ଷେତ୍ର ବାରିପଦାରେ ଏନେଇ ଭକ୍ତିଭାବମୟ ପରିବେଶ ଥିଲା। ମାତ୍ର ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁରୁଜରେ ହୋଇଥିବା ତିନି ଠାକୁରଙ୍କ ପ୍ରତିମା ଉପରେ ପାଦ ଥାପିଥିବା ଅଭିଯୋଗ କରି ବାରିପଦା ଟାଉନ୍‌ ଥାନାରେ ଏତଲା‌ ଦେଇଛନ୍ତି ସମାଜସେବୀ ଅରୁଣ କୁମାର ବେହେରା।

ଏନେଇ ଉପସ୍ଥିତ ଜନସାଧାରଣ ବିରୋଧ କରିବାରୁ ସାଂସଦ ଫେରିଯାଇଥିଲେ। ମାତ୍ର କୌଣସି ଦୁଃଖ ପ୍ରକାଶ କରିନଥିଲେ କିମ୍ବା କୌଣସି ଅନୁଶୋଚନା ଦେଖାଇନଥିବା ଅରୁଣ ଅଭିଯୋଗ କରିଛନ୍ତି। ଏନେଇ ବିଜେପି ନେତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେହିପରି ଏହି ଘଟଣାକୁ ନେଇ ସେବାୟତ ମହାସଂଘର ସଭାପତି କାମେଶ୍ବର ତ୍ରିପାଠୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏନେଇ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ଦେଇଛନ୍ତି।

The post ମହାପ୍ରଭୁଙ୍କ ମୁରୁଜ ଚିତ୍ର ମାଡ଼ିଲେ ସାଂସଦ, ବାରିପଦା ଟାଉନ୍‌ ଥାନାରେ ଏତଲା first appeared on Sambad.



from ଜିଲ୍ଲା – Sambad https://ift.tt/2VeavTe