
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ନିକଟରେ ଟ୍ରକକୁ ଧକ୍କା ଦେଲା ଟ୍ରକ। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ୨ଜଣଙ୍କ ମଧ୍ୟରୁ ଜଣେ ଟ୍ରକର ଚାଳକ ଥିବା ବେଳେ ଅନ୍ୟ ଜଣେ ହେଲପର ବୋଲି ଜଣା ପଡ଼ିଛି।
ସୂଚନା ମୁତାବକ, ଗତ କାଲି ରାତି ପ୍ରାୟ ୧ଟା ବେଳେ ଟ୍ରକର ଚକା ଲଗାଉ ଥିବା ବେଳେ ପଛରୁ ଅନ୍ୟ ଏକ ଲୁହାପଥର ବୋଝେଇ ଟ୍ରକ ଆସି ଅଟକି ରହିଥିବା ଟ୍ରକକୁ ଧକ୍କା ଦେଇଥିଲା। ଯାହାଫଳରେ ଚକା ଲଗାଉ ଥିବା ଟ୍ରକର ଚାଳକ ଓ ହେଲପରଙ୍କ ମୃତ୍ୟୁ ଘଟିଛି। ଘସିପୁରା ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି।
The post କେନ୍ଦୁଝର ଜିଲ୍ଲାରେ ଟ୍ରକକୁ ଧକ୍କା ଦେଲା ଟ୍ରକ, ୨ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/2HLAC13
0 Comments