ବାଲେଶ୍ବର: ବାଲେଶ୍ବର ସଦର ଆସନ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟଗ୍ରହଣ ଶେଷ ହୋଇଛି। ସଂଧ୍ୟା ୬ଟା ସୁଦ୍ଧା ମତଦାନ ହାର ୭୧ ପ୍ରତିଶତ ହୋଇଥିଲା। ଏହି ଆସନ ପାଇଁ ପ୍ରାର୍ଥୀ ହୋଇଥିବା ୬ ଆଶାୟୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍‌ ହୋଇଯାଇଛି। କାଁଭାଁ କେଉଁଠି ଅବ୍ୟବସ୍ଥା ଏବଂ ଅସନ୍ତୋଷ ଦେଖାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଛି। ଆସନ୍ତା ୧୦ ତାରିଖରେ ଇଭିଏମ ଖୋଲିବା ସହ ଭୋଟଗଣତି ହେବ। ସେହିଦିନ ହିଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ତେବେ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ହ୍ରାସ ପାଇଛି। ୨୦୧୯ରେ ଏହି ଏହି ଆସନରେ ୮୦.୮୩ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନ କମିସନଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ବରରେ ୭୧ ପ୍ରତିଶତ ଭୋଟଗ୍ରହଣ କରାଯାଇଥିଲା। ଧାର୍ଯ୍ୟ ସମୟ ପରେ ମଧ୍ୟ ୩୦ଟି ବୁଥ୍‌ରେ ଲୋକ ଧାଡ଼ିରେ ଛିଡ଼ା ହୋଇଥିବାରୁ ଭୋଟ ପ୍ରତିଶତ ସାମାନ୍ୟ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଇଛି।

The post ବାଲେଶ୍ବର ଉପନିର୍ବାଚନରେ କମିଲା ଭୋଟହାର first appeared on Sambad.



from ଜିଲ୍ଲା – Sambad https://ift.tt/328RpBS