
ରାଣୀତାଲ : ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ୍ ସହାୟତାରେ ଭଦ୍ରକ ବ୍ଲକ ରାଣୀତାଲଠାରେ ସିଦ୍ଧି କନଷ୍ଟ୍ରକସନ୍ ପକ୍ଷରୁ ନିର୍ମିତ ବେସରକାରୀ ରେଲୱେ ସାଇଡି˚ ଗତ ୬ ତାରିଖରେ କାର୍ଯ୍ୟକ୍ଷମ ହୋଇଛି। ଉଦ୍ଘାଟିତ ହେବା ପରେ ଏହି ସାଇଡିଂକୁ ପ୍ରଥମଥର ପାଇଁ ଅନୁଗୁଳରୁ ଫ୍ଲାଇଆସ୍ (ପାଉଁଶ) ଆସିଛି। ଖଡ଼ଗପୁର ରେଳ ଡିଭିଜନର ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ପ୍ରଧାନ, ସିନିୟର ଅପରେସନ୍ ଅଧିକାରୀ ସଚିନ୍ଦ୍ର ବର୍ମା, ସିନିଅର ବାଣିଜ୍ୟ ଅଧିକାରୀ ଏ.କେ.ଚୌଧୁରୀ, ସିନିୟର ସିଗ୍ନାଲ ଅଧିକାରୀ ଭି.କେ.ରୁଲାନିଆ, ଟେଲିକମ୍ ଅଧିକାରୀ ଏଚ.ମୀନା ପ୍ରମୁଖ ଏହି ସାଇଡିଂକୁ ପରିଦର୍ଶନ କରିବା ସହ ଏହାର ପ୍ରଦୂଷଣ ନିରୋଧୀ ଜ୍ଞାନକୌଶଳକୁ ଉଚ୍ଚ ପ୍ରଶଂସା କରିଛନ୍ତି।
ପ୍ରକାଶଥାଉକି, ଝାଡ଼ଖଣ୍ତରେ ଅବସ୍ଥାପିତ ବିଶିଷ୍ଟ ଶିେଳ୍ପାଦ୍ୟୋଗୀ ସମୀର ମହାନ୍ତିଙ୍କ ପ୍ରଚେଷ୍ଟା କ୍ରମେ ଏହି ସାଇଡିଂ ପ୍ରତିଷ୍ଠା ସମ୍ଭବ ହୋଇଛି। ଓଡ଼ିଆ ଲୋକମାନଙ୍କ ପାଇଁ କିଛି କରିବାର ଆଶା ନେଇ ୨୦୧୦ ମସିହାରେ ସେ ଭଦ୍ରକ ସହର ଉପକଣ୍ଠ ରାଣୀତାଲଠାରେ ବେସରକାରୀ ରେଲୱେ ସାଇଡି˚ର କ୍ଷେତ୍ର ପ୍ରସ୍ତୁତି କରିଥିଲେ। ପରେ ତାଙ୍କୁ ସହଯୋଗର ହାତ ବଢାଇଥିଲେ ଜ୍ଞାନଚନ୍ଦ୍ର ଜୟସ୍ବାଲ ଓ ରମେଶ ପ୍ରସାଦ। କରୋନା ଭଳି ମହାମାରୀ ସମୟରେ ଏହି ସାଇଡି˚ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ କାମଧନ୍ଦା ପାଇଥିବାରୁ ବେଶ୍ ଆନନ୍ଦିତ ହୋଇଛନ୍ତି। ବିଶେଷକରି ଏ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରିପାରିଥିବାରୁ ଜଗଦଳପୁରର ସରପଞ୍ଚ ଶ୍ୟାମାମଞ୍ଜରୀ ଜେନା, ପୂର୍ବତନ ସରପଞ୍ଚ ବିଜୟ ମହାପାତ୍ର, ରାହାଞ୍ଜ ସରପଞ୍ଚ ଊର୍ମିଳା ଯେନା, ସମାଜସେବୀ ସାଧୁଚରଣ ମହାପାତ୍ର, ଭାଗିରଥୀ ନାୟକ, ମହେଶ୍ବର ମହାପାତ୍ର, ଶିକ୍ଷାବିତ୍ ବିମ୍ବାଧର ବେହେରା, ସମୀର ମହାନ୍ତି ପ୍ରମୁଖ ସିଦ୍ଧି କନଷ୍ଟ୍ରକସନ୍ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।
The post ସିଦ୍ଧି କନ୍ଷ୍ଟ୍ରକସନ୍ ପକ୍ଷରୁ ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ରେଲୱେ ସାଇଡି˚ first appeared on Sambad.
from ଜିଲ୍ଲା – Sambad https://ift.tt/35favIG
0 Comments