ବୟାଳିଶମୌଜା : କଟକସଦର ବ୍ଲକ୍ ପରମହଂସ ପଂଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ଜେନା ସାହିରେ ଘଟିଛି ଅଘଟଣ। ଜଣେ ୭ ବର୍ଷର ନାବାଳକର ଗୁଳିରେ ଜଣେ ୬ ବର୍ଷର ନାବାଳିକା ଆହତ ହୋଇଛି। ନାବାଳିକାର ଅଣ୍ଟାରେ ଗୁଳି ବାଜି ଥିବା ବେଳେ ତାକୁ ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାବାଳିକାର ବାପା ଶାନ୍ତନୁ ଜେନା ପୂର୍ବ ଶତ୍ରୁତାରୁ ଏଭଳି ଘଟିଛି ବୋଲି କନ୍ଦରପୁର ଥାନାରେ ଅଭିଯୋଗ କରିଛନ୍ତି। ମାଙ୍କଡ ଘଉଡ଼ାଇବା ପାଇଁ ଜଗନ କୁମାର ‌ଜେନାଙ୍କ ପରିବାର ଲୋକ ଏହି ଗୁଳି ଭର୍ତ୍ତି ଛଡ଼ରା ରଖିଥିବା ବେଳେ ଭୁଲବଶତଃ ନାବାଳକଟି ତାହାକୁ ଫୁଟାଇ ଦେବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

The post ମାଙ୍କଡ଼ମରା ବନ୍ଧୁକରୁ ଅଘଟଣ : ନାବାଳକ ଗୁଳିରେ ନାବାଳିକା ଆହତ first appeared on Sambad.



from ଜିଲ୍ଲା – Sambad https://ift.tt/3nAnzPl