ଫୁଲବାଣୀ: ଆଜି ଓଡ଼ିଶା ପୁଲିସ୍ ମହାନିର୍ଦେଶକ ଅଭୟ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ସିଆରପିଏଫର ନକ୍ସଲ୍ ବିରୋଧୀ ଶିବିରର ପରିଦର୍ଶନ କରିଥିବା ଜଣାଯାଇଛି। ପୁଲିସ୍ ମହାନିର୍ଦେଶକ ଅଭୟ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲରେ ଥିବା ସିଆରପିଏଫର ନକ୍ସଲ୍ ବିରୋଧୀ ଶିବିରର ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସେ ସୈନିକ ସମ୍ମିଳନୀରେ ଯ‌ୋଗ ଦେବା ସହ  ଜିଲ୍ଲାରେ ନକ୍ସଲ୍ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଏହାଛଡ଼ା ପୁଲିସ୍ ମହାନିର୍ଦେଶକ ଜିଲ୍ଲା ପୁଲିସର କନେଷ୍ଟବଳ ଜିତେନ୍ଦ୍ର ନାୟକ ଓ ତପନ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟର‌େ ତାଙ୍କ ସହ ଗୁଇନ୍ଦା ବିଭାଗ ନିର୍ଦେଶକ, ଏସଡିଜି,ସିସିଆରପିଏଫ ଆଇଜି ଏବଂ ଆଇଜି ଅପରେସନ୍ ପ୍ରମୁଖ ଯୋଗ ଦେଇଥିବା ଜଣାଯାଇଛି।  ଏହି ଅବସରରେ ଓଡ଼ିଶା ପୁଲିସ୍ ଓ ସିସିଆରପିଏଫ ମିଳିତ ଭାବେ ମାଓ ଗତିବିଧିକୁ ପ୍ରତିହତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କର ମନୋବଳ ଉଚ୍ଚ ଅଟେ ବ‌ୋଲି ପୁଲିସ୍ ମହାନିର୍ଦେଶକ କହିଛନ୍ତି।

The post ଓଡ଼ିଶା ପୁଲିସ୍ ମହାନିର୍ଦେଶକଙ୍କ ସିଆରପିଏଫ୍ ଶିବିର ପରିଦର୍ଶନ first appeared on Sambad.



from ଜିଲ୍ଲା – Sambad https://ift.tt/3mGmtAR