
ଗଜପତି: ଗଜପତି ଜିଲ୍ଲା କାଶୀନଗର ବ୍ଲକଠାରେ ସମ୍ବାଦ ଆମଓଡ଼ିଶା, ଶ୍ରୀରାମ ମହାବିଦ୍ୟାଳୟ ଏବଂ ସ୍ଥାନୀୟ ଦେବୀ ସଂଘର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ସ୍ଥାନୀୟ ତାହସିଲଦାର ଶାନ୍ତି ସ୍ଵରୂପ ମିଶ୍ର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କାଶୀନାଗର ଏନ.ଏ.ସି ନିର୍ବାହୀ ଅଧିକାରୀ ଡ଼ଃ.ସତ୍ୟ ସମ୍ପନା ରାଉତ, ଭାରପ୍ରାପ୍ତ ବ୍ଲକ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ. ପାର୍ଥ ସାରଥୀ ବେହେରା, କାଶୀନଗର ଭାରପ୍ରାପ୍ତ ଥାନା ଅଧିକାରୀ ଅଶୋକ କୁମାର ହାଂସଦା ପ୍ରମୁଖ ଯୋଗଦେଇଥିଲେ। ବର୍ତ୍ତମାନ ସୁଦ୍ଧା ୨୦ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ୫୦ ହେବ ବୋଲି କହିଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ବାନାପାଲି।
The post ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର, ବର୍ତ୍ତମାନ ସୁଦ୍ଧା ୨୦ୟୁନିଟ ରକ୍ତ ସଂଗ୍ରହ first appeared on Sambad.
from ଜିଲ୍ଲା – Sambad https://ift.tt/3631Ide
0 Comments