ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଆଦିବାସୀ ତଥା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଝରିଗାଁ ବ୍ଲକ୍। କିନ୍ତୁ ଏହି ପଛୁଆ ବ୍ଲକ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ‘ଆମ ଓଡ଼ିଶା’ ରକ୍ତଦାନ ଅଭିଯାନରେ ଚଳିତ ବର୍ଷ ରାଜ୍ୟସ୍ତରରେ ଏହି ବ୍ଲକରୁ ସର୍ବାଧିକ ୩୭୫ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟନାୟକଙ୍କ ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ଉକ୍ତିକୁ ବ୍ଲକବାସୀ ଆହ୍ବାନ ଭାବେ ଗ୍ରହଣ କରି କରୋନା ଭଳି ସଂକଟ ସମୟରେ ସର୍ଥକ କରିବାରେ ସଫଳ ହୋଇଛନ୍ତି।

‘ସମ୍ବାଦ’ ଓ ‘ଆମ ଓଡ଼ିଶା ଏବଂ ଝରିଗାଁ ସ୍ବାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରକୁ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଚୌଧୁରୀ ଶୋଭରାଣୀ ମିଶ୍ର, ବିଡିଓ ଦେବେନ୍ଦ୍ର ବାହାଦୁର ସିଂହ ଧାରୁଆ, ତହସିଲଦାର ହୃଷୀକେଶ ଗଣ୍ଡ, ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରକାଶ ନାୟକ, ସାଂସଦଙ୍କ ପ୍ରତିନିଧି ପ୍ରମୋଦ ପାଢ଼ୀ, ନବରଙ୍ଗପୁର ରକ୍ତଭଣ୍ଡାର ଅଧିକାରୀ ଡା.ଦେବବ୍ରତ ଡାକୁଆ, ଡା.ସନ୍ତୋଷ ପ୍ରଧାନ, ଡା.ଅଜିତ କୁମାର ଦାସ, ଥାନା ଅଧିକାରୀ ଉମେଶ କମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ, ଝରିଗାଁ ସରପଞ୍ଚ ଅଗନ୍ତି ପୂଜାରୀ, ସମାଜସେବୀ ଉଦୟ ନାୟକ, ଦେବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶିବରରେ ଝରିଗାଁ ବ୍ଲକରେ କାର୍ଯ୍ୟରତ ଆଶା, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ବିଏସ୍‌ଏଫ ଯବାନ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ସହ ଗାଁ ଗହଳିରୁ ସ୍ବେଚ୍ଛାସେବୀଙ୍କୁ ସଚେତନ କରାଇ ଶିବିରକୁ ଆଣିବାରେ ସହ‌ଯୋଗ କରାଇଥିଲେ। କରେନା କ‌ଟକଣାକୁ ଦୃଷ୍ଟିରେ ରଖି ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷାକରି ସ୍ବେଚ୍ଛାକୃତ ରକ୍ତଦାତା ସାମିଲ ହୋଇଥିବା ବେଳେ ସରକାରଙ୍କ କୋଭିଡ୍-୧୯ କାଳୀନ ନିର୍ଦ୍ଦେଶାବଳି ଅନୁଯାୟୀ ରକ୍ତ ସଂଗ୍ରହ କରାଯାଇଥିଲା।

The post ‘ଆମ ଓଡ଼ିଶା ରକ୍ତଦାନ ଶିବିରରେ ନୂଆ ରେକର୍ଡ କଲା ଝରିଗାଁ, ଉପାନ୍ତ ଅଞ୍ଚଳରୁ ୩୭୫ ୟୁନିଟ୍ ସଂଗୃହୀତ first appeared on Sambad.



from ଜିଲ୍ଲା – Sambad https://ift.tt/3o3Y8FZ