କଟକ: ବେଆଇନ୍‌ ବ୍ରାଉନସୁଗାର ବିକ୍ରି କରୁଥିବା ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ପଟିଆର ରାମଚନ୍ଦ୍ର ପାତ୍ର। ଅଭିଯୁକ୍ତ ନିକଟରୁ ୪୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିସହ ଉକ୍ତ ଅପରାଧିକ କାର୍ଯ୍ୟରେ ବ୍ୟବହାର ହୋଇଥିବା ଏକ ବାଇକ୍‌କୁ ମଧ୍ୟ ଅବକାରୀ ଅଧିକାରୀମାନେ ଜବତ କରିଥିବା ସୂଚନା ମିଳିଛି। ଏହି ଚଢାଉରେ ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ, କିଶୋର ଚନ୍ଦ୍ର ରାଉତ, ସ˚ଜୀବ ମୁଣ୍ତା, ରଜନୀ ପଞ୍ଚବୟ, ମଧୁସ୍ମିତା ମହନ୍ତ, ରାମଚନ୍ଦ୍ର ଜେନା ସାମିଲ ଥିଲେ।

The post ୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/39loHCr