
କଟକ: ନୟାସଡ଼କ ଆଇଆଇଏଫ୍ଏଲ୍ ଡକାୟତି ଘଟଣାରେ ଶୁକ୍ରବାର ଆଉ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଯଦିଓ ଏନେଇ ପୁଲିସ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, ତଥାପି ଗିରଫ ଦୁଇଜଣ ଏକ ସୁନା ଋଣ ପ୍ରଦାନ କରୁଥିବା ସ˚ସ୍ଥାର କର୍ମଚାରୀ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରିମାଣ୍ତରେ ଆସିଥିବା ୫ ଅଭିଯୁକ୍ତଙ୍କୁ ନେଇ ପୁଲିସ୍ ଆଜି ସାଲେପୁରସ୍ଥିତ କେନ୍ଦ୍ରାପଡ଼ା କେନାଲରେ ଫିଙ୍ଗାଯାଇଥିବା ମୋବାଇଲ୍ ଖୋଜାଖୋଜି କରିଛି।
ଅଭିଯୁକ୍ତମାନେ ସୁନା ନେଇ ଫେରାର୍ ହେଉଥିବାବେଳେ ଆଇଆଇଏଫ୍ଏଲ୍ କର୍ମଚାରୀଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ମୋବାଇଲ୍ଗୁଡ଼ିକୁ କେନ୍ଦ୍ରାପଡ଼ା କେନାଲରେ ଫିଙ୍ଗିଦେଇଥିବା ସେମାନେ ପୁଲିସ୍କୁ ବୟାନ ଦେଇଛନ୍ତି। ତେଣୁ ମୋବାଇଲ୍ ଗୁଡ଼ିକର ସନ୍ଧାନ ପାଇବା ପାଇଁ ଅଭିଯୁକ୍ତଙ୍କୁ କେନାଲ ପାଖକୁ ନିଆଯାଇ ଖୋଜାଖୋଜି କରାଯାଇଥିଲା। କିନ୍ତୁ ପୁଲିସ୍କୁ ସେଠାରୁ କୌଣସି ଫୋନ୍ ମିଳିନଥିବା ଜଣାପଡ଼ିଛି।
The post ଆଇଆଇଏଫ୍ଏଲ୍ ଡକାୟତି ଘଟଣାରେ ଆଉ ଦୁଇ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/2VdhxYt
0 Comments