ମାଲକାନଗିରି:  ଆଜି ମାଲକାନଗିରି ଜିଲ୍ଲାର ଲାଲଗଡ଼ରେ ପହଞ୍ଚିଛନ୍ତି ପୁଲିସ ମହାନିର୍ଦେଶକ ଅଭୟ। ସେ ଲାଲଗଡ଼ର ଗୋରାସେତୁଠାରେ ସ୍ୱାଭିମାନ ଅଞ୍ଚଳରେ କିପରି ମାଓ ଦମନ କରାଯିବ, ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ ଏହି ଅଂଚଳରେ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ, ଏହା ଉପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବାର ସୂଚନା ମିଳିଛି।

ପୁଲିସ ମହାନିର୍ଦେଶକ ଅଭୟଙ୍କ ସହ ଅମିତାଭ ଠାକୁର, ଆର ପି ଶର୍ମାଙ୍କ ପରି ବରିଷ୍ଠ ପୁଲିସ୍ ଅଧିକାରୀ ଅଛନ୍ତି। ଠିକ ୧୦ଟା ସମୟରେ ପୁଲିସ ମହାନିର୍ଦେଶକ ଅଭୟ ପହଞ୍ଚିବା ପରେ ସ୍ଥାନୀୟ ବାସିନ୍ଦା ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେବା ସହିତ ହୁଳୁହୁଳି ପକାଇ ସ୍ୱାଗତ କରିଥିଲେ। ଏହାପରେ ଡିଜି ସ୍ୱାଭିମାନ ଅଂଚଳ ବାସୀଙ୍କୁ ପାଠ ଉପକରଣ, ଲୁଗା, କମ୍ବଳ ଓ ପିଲାଙ୍କ ନିମନ୍ତେ ପୋଷାକ ଓ ସ୍କୁଲ ବ୍ୟାଗ ଆଦି ବଣ୍ଟନ  କରିଥିଲେ।

ଏହାପରେ ସେ ବିଏସ୍ଏଫ୍ ଶିବିର ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିବା ପରେ, ବିଏସ୍ଏଫ୍ , ଏସଓଜି ଏବଂ ଡିଭିଏଫ୍ ଯବାନମାନଙ୍କ ସହ  ରୁଦ୍ଧ ଦ୍ବାର ବୈଠକ କରିଥିଲେ। ଏଥିରେ କିଭଳି ଭାବେ ମାଓ ଦମନ କରାଯିବ ସେଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ସ୍ୱାଭିମାନ ଅଞ୍ଚଳକୁ ସମ୍ପୁର୍ଣ୍ଣ ମାଓମୁକ୍ତ କରାଯିବା ପାଇଁ ଆନ୍ଧ୍ର ଓ ଓଡ଼ିଶାର ସମନ୍ୱୟରେ ମାଓ ଅପରେସନକୁ ଜୋରଦାର କରାଯିବ ବୋଲି ଜଣାଯାଇଛି।

The post ମାଲକାନଗିରିରେ ମାଓ ଦମନ କାର୍ଯ୍ୟର ସମୀକ୍ଷା କରିଲେ ପୁଲିସ ମହାନିର୍ଦେଶକ first appeared on Sambad.



from ଜିଲ୍ଲା – Sambad https://ift.tt/2GI2B12