
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ଜାତୀୟ ମେଧାବୃତ୍ତି ପରୀକ୍ଷା(ଏନ୍ଆର୍ଟିଏସ୍) ୨୦୨୦ ଚଳିତବର୍ଷ ଡିସେମ୍ବର ୧୫ତାରିଖ ମଙ୍ଗଳବାର ଦିନ ସକାଳ ୧୦ଟାରୁ ଆରମ୍ଭ ହେବ। ଏହି ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ଆସନ୍ତା ୫ତାରିଖରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ନବମରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଶତ ନମ୍ବର ଆଧାରରେ ଏହି ପରୀକ୍ଷା ପାଇଁ ଆବେଦନ କରିବେ। ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ (ଅଷ୍ଟମ ଶ୍ରେଣୀରେ ୫୦ ପ୍ରତିଶତ) ଓ ଅନ୍ୟ ବର୍ଗର ଛାତ୍ରଛାତ୍ରୀମାନେ (ଅଷ୍ଟମ ଶ୍ରେଣୀରେ ୬୦ ପ୍ରତିଶତ ନମ୍ବର) ରଖିଥିବା ଆବଶ୍ୟକ। ଏଥିପାଇଁ ଛାତ୍ରଛାତ୍ରୀମାନେ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ କେବଳ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଆବେଦନ କରିବାର ନିୟମାବଳୀ ବୋର୍ଡର ନିଜସ୍ବ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି। ଏହି ପରୀକ୍ଷା ପାଇଁ ପ୍ରତ୍ୟେକ ବର୍ଗର ଛାତ୍ରଛାତ୍ରୀଙ୍କୁ ୬୦ଟଙ୍କା ୱେବ୍ସାଇଟ୍ର ନିର୍ଦ୍ଦେଶାବଳୀ ଅନୁସାରେ ଦାଖଲ କରିବାକୁ ପଡ଼ିବ। ଆବେଦନ ପରେ ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍ସାଇଟ୍ରୁ ଆସନ୍ତ ୮ତାରିଖରୁ ନିଜ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷା ଚଳିତବର୍ଷ ଡିସେମ୍ବର ୧୫ତାରିଖ ସକାଳ ୧୦ଟାରେ ଆରମ୍ଭ ହୋଇ ୧୨ଟାରେ ସମାପ୍ତ ହେବ।
The post ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ଡିସେମ୍ବର ୧୫ରେ first appeared on Sambad.
from ଜିଲ୍ଲା – Sambad https://ift.tt/3ejK8UR
0 Comments