
କୁତ୍ରା (ସୁନ୍ଦରଗଡ଼): କିଛି ଦିନର ନୀରବତା ପରେ ପୁଣି କୁତ୍ରା ବ୍ଲକ ଅନ୍ତର୍ଗତ ବଡଗାଁ ବନାଞ୍ଚଳ ପଞ୍ଚରା, ନୂଆଗାଁ ଅଞ୍ଚଳରେ ଗୋଠଖଣ୍ଡିଆ ଦନ୍ତା ହାତୀ ଆତଙ୍କ ଖେଳାଇଛି। ହାତୀ ଧାନ ଖେତରେ ପଶି ଫସଲ ଖାଇ ଦଳିମକଚି ନଷ୍ଟ କରିଦେଉଛି । ବିଶେଷ କରି ଉକ୍ତ ଦନ୍ତା ହାତୀଟି ଏହି ଅଞ୍ଚଳର ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ବ୍ୟାପକ କ୍ଷୟକ୍ଷତି କରିଥାଏ। ତେଣୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗତ ରାତିରେ ଧାନ ଫସଲ ଖାଇ ବର୍ତ୍ତମାନ ଦନ୍ତା ହାତୀଟି ନୂଆଗାଁ ଜଙ୍ଗଲରେ ଥିବା ଜଣା ପଡିଛି। ବନବିଭାଗ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ହାତୀ ଘଉଡେଇବା ପାଇଁ ସାଧାରଣରେ ଦାବି ହେଉଛି।
The post ପୁଣି ଫେରିଲା ଗୋଠଖଣ୍ଡିଆ ଦନ୍ତା ହାତୀ first appeared on Sambad.
from ଜିଲ୍ଲା – Sambad https://ift.tt/38qHmMC
0 Comments