ଟ୍ରାକ୍ଟର୍-କାର୍ ମୁହାଁମୁହିଁ : କୋରାପୁଟ ଏଏସ୍‌ପିଙ୍କ ଶାଳକଙ୍କ ସମେତ ୪ ଗୁରୁତର

ବ୍ରହ୍ମପୁର/ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ପୀତାମ୍ବରପୁର ଛକରେ ଆଜି ରାତି ୮ଟାରେ ଏକ କାର୍ ଓ ଟ୍ରାକ୍ଟର୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ରେ ବସିଥିବା କୋରାପୁଟ ଏଏସ୍‌ପି ଉତ୍କଳ ରଞ୍ଜନ ଦାଶଙ୍କ ଶାଳକ ଓ ଶାଳକଙ୍କ ପତ୍ନୀ ଏବଂ ଝିଅ (୧୪)ଗୁରୁତର ଆହତ ହୋଇଛନ୍ତି। ପତ୍ନୀ ଓ ଝିଅଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାନୁସାରେ, ଏଶ୍ରୀ ଦାଶଙ୍କ ପୁଅର ବାହାଘର ଗତକାଲି କୋରାପୁଟରେ ଶେଷ ହୋଇଥିଲା। ବାହାଘର ସରିବା ପରେ ଆଜି ତାଙ୍କ ଶାଳକ ପତ୍ନୀ, ପୁଅ ଓ ଝିଅ ସହ ବ୍ରହ୍ମପୁର ଆସୁଥିଲେ। ଶାଳକ କାର୍ ଚଳାଉଥିଲେ। ପଛରେ ଏଏସ୍‌ପିଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଆଉ ୪ଟି ଗାଡ଼ିରେ ପଛକୁ ପଛ ହୋଇ ଆସୁଥିଲେ। ପୀତାମ୍ବରପୁର ଛକ ନିକଟରେ ବିପରୀତ ପଟୁ ଆସୁଥିବା ଟ୍ରାକ୍ଟର୍ ସହ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଥାନାଧିକାରୀ ବସନ୍ତ ସେଠୀ ସଦଳବଳ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଡାକ୍ତରଖାନାକୁ ଆଣିଥିଲେ।

The post ଟ୍ରାକ୍ଟର୍-କାର୍ ମୁହାଁମୁହିଁ : କୋରାପୁଟ ଏଏସ୍‌ପିଙ୍କ ଶାଳକଙ୍କ ସମେତ ୪ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/2HLUuAY

Post a Comment

0 Comments