ପୁରୀ: ପୁରୀରୁ ଆସିଛି ହାଜତ ମୃତ୍ୟୁର ସଙ୍ଗୀନ୍ ଅଭିଯୋଗ । ହାଜତରେ ପୁଲିସ୍‌ ଜଣେ ଯୁବକକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକର ପରିବାର ଲୋକ । ମୃତ ଯୁବକ ଜଣକ ହେଉଛନ୍ତି ଲୋକନାଥ ରୋଡ୍ ଫାଦର ସ୍କୁଲ ଅଂଚଳର କେ.ଆରେୟା । ବୟସ ୩୩ ବର୍ଷ । ଗତକାଲି ରାତିରେ ପୁଲିସ ତାକୁ ଉଠାଇ ଆଣି ପଚରାଉଚରା କରୁଥିଲା । ଆଜି ସକାଳେ ତାର ମୃତ୍ୟୁ ଘଟିଛି।

ଘଟଣା ପରେ ପୁରୀ ଏସ୍‌ପି ଅଖିଳେଶ୍ବର ସିଂହ ଆଜି  ଦିନ ୧୧ଟାରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ଗତକାଲି ରାତିରେ ଅଭିଯୁକ୍ତକୁ  ପୁଲିସ୍‌ ଗିରଫ କରିଥିଲା। ଗିରଫ ସମୟରେ ପୁଲିସ୍‌ ସହ ତାର ଧସ୍ତଧସ୍ତି ହୋଇଥିଲା। ଧସ୍ତାଧସ୍ତିରେ ସେ ଆହତ ହୋଇପଡ଼ିବାରୁ ତାଙ୍କୁ ପୁରୀ ଜିଲ୍ଲୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥା‌ରେ ଅଭିଯୁକ୍ତ କେ.ଆରେୟାର ମୃତ୍ୟୁ ଘଟିଛି।

ତେବେ ମୃତକଙ୍କ ସମ୍ପର୍କୀୟ ଏହାକୁ ଖଣ୍ଡନ କରିଛନ୍ତି। ଗତକାଲି ରାତିରେ ପୁଲିସ ଯୁବକଙ୍କୁ ଥାନାକୁ ନେଇଥିଲା। ସେଠାରେ ପୁଲିସ ମାଡରେ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ମୃତ ଯୁବକଙ୍କ ନାଁ କେ.ଆରେୟା ବୋଲି ଜଣାପଡିଛି। ବର୍ତମାନ ଏହାକୁ କେନ୍ଦ୍ର କରି ମୋଚିସାହି ଛକରେ ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଛେଦ ଗୃହରେ ଥିବାବେଳେ ଏକ ପ୍ଲାଟୁନ ପୁଲିସ ଏହାକୁ ଜଗି ରହିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ପୁରୀ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

The post ପୁରୀ: ପୁଲିସ ହାଜତରେ ଯୁବକର ମୃତ୍ୟୁ ! ଘଟଣାକୁ କେନ୍ଦ୍ର କରି ପୁରୀ ମେଡିକାଲ ପରିସରରେ ଉତ୍ତେଜନା first appeared on Sambad.



from ଜିଲ୍ଲା – Sambad https://ift.tt/38XDqTF