
ଚୌଦ୍ବାର: କଟକ ଜିଲ୍ଲାର ଚୌଦ୍ବାରରେ ଥିବା ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଦୁଇଜଣ କ୍ଷେତ୍ର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦେଢ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କର ୨ଜଣ କ୍ଷେତ୍ରକର୍ମଚାରୀ ଟାଙ୍ଗୀ ଥାନା ନପଙ୍ଗ ଅଞ୍ଚଳରୁ ଅର୍ଥ ସଂଗ୍ରହ କରି ଫେରୁଥିବା ସମୟରେ ମଙ୍ଗୁଳି ରେଳ ଓଭର ବ୍ରିଜ ପୂର୍ବରୁ ୨ଜଣ ଯୁବକ ଏକ କଳା ବାଇକରେ ଆସି ସେମାନଙ୍କ ଗାଡ଼ି ଆଗରେ ଗାଡ଼ି ରଖି ଅଟକାଇଥିଲେ।
ବାଇକ ଚଲାଉଥିବା ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଚୌଦ୍ବାର ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ। ପରେ ଖବର ପାଇ ବ୍ୟାଙ୍କର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ଥାନାକୁ ସୂଚନା ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଚୌଦ୍ବାରରେ ଥିବା ଉଜ୍ଜୀବନ ବ୍ୟାଙ୍କର କ୍ଷେତ୍ର କର୍ମଚାରୀମାନଙ୍କଠୁ ଗତ ଏକ ବର୍ଷ ମଧ୍ୟରେ ବାରମ୍ବାର ଏଭଳି ଟଙ୍କା ଲୁଟ୍ ଅଭିଯୋଗ ହୋଇ ଆସିଛି।
The post ଚୌଦ୍ବାର: ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦେଢ ଲକ୍ଷ ଟଙ୍କା ଲୁଟ୍ first appeared on Sambad.
from ଜିଲ୍ଲା – Sambad https://ift.tt/35Q2gD9
0 Comments