
ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଚାନ୍ଦିପୁରରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗତକାଲି ହୋଟେଲରେ ପଶି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ପ୍ରଚାର ଶେଷ ହେବା ପରେ ଜିଲ୍ଲା ବାହାରର ସମସ୍ତ ରାଜନେତା ଓ ସାମ୍ବାଦିକମାନଙ୍କୁ ଫେରିଯିବାକୁ ପୁଲିସ୍ ପକ୍ଷରୁ କୁହାଯାଇଥିଲା। ହେଲେ ଜଣେ ରାଜନେତା ଚାନ୍ଦିପୁରର ଏକ ହୋଟେଲରେ ରହିଥିଲେ। ଏନେଇ ବିଜେପି ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ତା’ପରେ ଗତ ବିଳମ୍ବିତ ରାତିରେ ଉକ୍ତ ହୋଟେଲରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ହୋଟେଲରେ ରହିଥିବା ରାଜନେତା ଓ ଚାନ୍ଦିପୁର ସମିତିସଭ୍ୟଙ୍କ ସାନଭାଇ ସଞ୍ଜୟ ଦଳେଇ ଗୁରୁତର ଆହତ ହୋଇଥିଲେ। ଏହାପରେ ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ଏଣେ ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଥାନାରେ ଅଟକ ରଖିଛି। ତେବେ ସବୁ ରାଜନେତା ଚାଲିଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ରାଜନେତା କିପରି ହୋଟେଲରେ ରହିଗଲେ, ତାକୁ ନେଇ ପୁଲିସ ଉପରେ ଦୋଷାରୋପ କରୁଛନ୍ତି ଅଞ୍ଚଳବାସୀ।
The post ଚାନ୍ଦିପୁରରେ ପ୍ରାକ୍ ନିର୍ବାଚନୀ ହିଂସା: ହୋଟେଲରେ ପଶି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/2HTC4hG
0 Comments