
ରା.ଉଦୟଗିରି: ଭାରତର ଯେକୌଣସି ସ୍ଥାନରୁ ଡାକ ପଠାଇଲେ ୩ ଦିନ କିମ୍ବା ଅତି ବେଶିରେ ୫ଦିନରୁ ଅଧିକ ଲାଗିବ ନାହିଁ। ତେବେ, ଗଜପତି ଜିଲ୍ଲା ରା.ଉଦୟଗିରି ସବ୍-ପୋଷ୍ଟ ଅଫିସ୍ ଠାରୁ କେବଳ ୨ରୁ ୩କିମି ଦୂରତା ମଧ୍ୟରେ ଅବସ୍ଥିତ ଶବରପଲ୍ଲୀ ପଞ୍ଚାୟତ ଶାଖା ଡାକ କାର୍ଯ୍ୟାଳୟରୁ ଯେ କୌଣସି ଗ୍ରାମରେ ଡାକ ପହଞ୍ଚିବା ପାଇଁ ପ୍ରାୟ ୧୫ ଦିନ ଲାଗିବା, ଦୁର୍ବଳ ଡାକସେବାକୁ ସୂଚିତ କରିଛି।
ଶବରପଲ୍ଲୀ ଗ୍ରାମନିବାସୀ ଦେବକୀ ନାମ୍ନୀ ଜଣେ ମହିଳାଙ୍କ ନାମରେ ଏକ ଡାକ କୋଲ୍କାତାରୁ ରା.ଉଦୟଗିରି ସବ୍-ପୋଷ୍ଟ ଅଫିସ୍ରେ ପହଞ୍ଚିଥିଲା ଗତ ଅକ୍ଟୋବର ୨୦ରେ। ସେହି ଦିନ ହିଁ ସବ୍-ପୋଷ୍ଟ ଅଫିସ୍ରୁ ଶବରପଲ୍ଲୀ ଶାଖା ପୋଷ୍ଟ ଅଫିସ୍କୁ ପଠାଇ ଦିଆ ଯାଇଥିଲା। ହେଲେ, ଦେବକୀଙ୍କ ପାଖରେ ଆଜି ନଭେମ୍ବର ୪ ତାରିଖ ସୁଦ୍ଧା ଚିଠିଟି ପହଞ୍ଚି ପାରିନାହିଁ। ଅର୍ଥାତ୍ ଅକ୍ଟୋବର ୨୧ ତାରିଖରୁ ନଭେମ୍ବର ୪ତାରିଖ ପର୍ଯ୍ୟନ୍ତ ଦଶହରା ୨ଦିନ ଛୁଟି ଓ କୁମାର ପୂର୍ଣ୍ଣିମା ଦିନେ ଏବଂ ଦୁଇଟି ରବିବାରକୁ ମିଶାଇ ୫ଦିନ ଛୁଟି ବ୍ୟତୀତ ବାକି ୧୧ଦିନ ତ କାର୍ଯ୍ୟ ଦିବସ ଥିଲା। ଏତିକି ଦିନ ଯଥେଷ୍ଟ ହେଲା ନାହିଁ ହିତାଧିକାରୀଙ୍କ ପାଖରେ ଡାକ ପହଞ୍ଚିବା ପାଇଁ। ଆଜି ଦେବକୀ ରା.ଉଦୟଗିରି ଆସି ବୁଝିବାକୁ ଆସି ଦିନ ଗୋଟାଏ ପରେ ଡାକ କାର୍ଯ୍ୟାଳୟ ବନ୍ଦ ଥିବାରୁ ଖାଲି ହାତରେ ଫେରିଥିଲେ। ଏ ପର୍ଯ୍ୟନ୍ତ ଏକମାତ୍ର ଭରସାଯୋଗ୍ୟ ସେବା ଅନୁଷ୍ଠାନ ଭାବେ ବିଶ୍ବାସ ଜିତି ଆସିଥିବା ଭାରତୀୟ ଡାକ ବିଭାଗରେ ଏଭଳି ତ୍ରୁଟି କିଭଳି ଘଟୁଛି ତାହା ଜାଣିବା କାଠିକର ପାଠ। ତେବେ, ଏମିତି ଯଦି ବାରମ୍ବାର ଡାକସେବା ଝୁଣ୍ଟି ଚାଲେ, ଏହି ସେବା ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି ମତପ୍ରକାଶ ପାଇଛି।
The post ଦୁର୍ବଳ ଡାକସେବା, ଦୁଇ କିମି ଚିଠି ପହଞ୍ଚିବାକୁ ଲାଗୁଛି ୧୫ ଦିନ first appeared on Sambad.
from ଜିଲ୍ଲା – Sambad https://ift.tt/38euLfw
0 Comments