ପରଜଙ୍ଗ : ପରଜଙ୍ଗ ଥାନା ଗେଙ୍ଗୁଟିଆ ଗ୍ରାମରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି l ଗୁରୁତର ହେଲେ ସେହି ଗ୍ରାମର କନକ ବେହେରା l ସୂଚନା ଅନୁସାରେ କନକ ଆଜି ସକାଳୁ ନିଜ ଘର ଆଗରେ ବସିଥିବା ବେଳେ ହଠାତ ଏକ ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲେ l ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି l ପରିବାର ଲୋକ ତୁରନ୍ତ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି l

ଏହି ଅଞ୍ଚଳରେ ବର୍ଷର ପ୍ରାୟ ପ୍ରତ୍ୟେକ ସମୟରେ ହାତୀ ଆତଙ୍କ ଲାଗିରହିଥିବା ବେଳେ ଅନେକ ସମୟରେ ହାତୀ ଆକ୍ରମଣ ରେ ଲୋକମାନଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳୁଛି

The post ହାତୀ ଆକ୍ରମଣ, ବୃଦ୍ଧା ଆହତ first appeared on Sambad.



from ଜିଲ୍ଲା – Sambad https://ift.tt/39CuR0S