ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ଦିନକୁ ଦିନ ବଢୁଛି ଅରାଜକତା, ଯାହାଫଳରେ ଠିକା କାମରେ ସମ୍ପୃକ୍ତ ଥିବା ରାଜନେତାମାନେ ପାଳି କରି ଅଫିସରେ କାମ କରୁଥିବା କର୍ମଚାରୀମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ଲକ କର୍ମଚାରୀମାନେ ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଗତ ବୁଧୁବାର ଦିନ ଦେଓଗାଁ ବ୍ଲକର ଏକ ରାଜନୈତିକ ଦଳର ଜଣେ ବରିଷ୍ଠ ନେତା କାର୍ଯ୍ୟାଳୟ ଭିତରକୁ ପଶି ବଡ଼ ବାବୁଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଅପରାହ୍ନରେ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବା ପରେ କଲମ ଛାଡ ଆନ୍ଦୋଳନରେ ବସିଛନ୍ତି କର୍ମଚାରୀ। ଏହି ଆନ୍ଦୋଳନରେ ଦେଓଗାଁ ବିଡିଓଙ୍କ ସହ କର୍ମଚାରୀମାନେ ସାମିଲ ହୋଇଛନ୍ତି।

The post ଦେଓଗାଁ ବ୍ଲକରେ ବଢୁଛି ଅରାଜକତା: ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବିଡିଓଙ୍କ ସହ କର୍ମଚାରୀ first appeared on Sambad.



from ଜିଲ୍ଲା – Sambad https://ift.tt/2KdKQIa