କଟକ :  ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ  ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କୁ ନେଇ ବିବାଦ ଥମିନଥିବା ବେଳେ ପୁଣି ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ବର୍ଷାଙ୍କ ନାଆଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତିଙ୍କ ମା’ ମଧୁସ୍ମିତା ମହାନ୍ତି। ପୁରୁଣା ଘରର ମରାମତି ଆବଶ୍ୟକ । ଏଥିପାଇଁ ୧୦ ଦିନ ଲାଗି ବାପଘରକୁ ଯିବାକୁ ବର୍ଷାଙ୍କୁ କୁହାଗଲେ ବି ସେ ଯାଉନଥିବା ଅଭିଯୋଗରେ ଦର୍ଶାଇଛନ୍ତି ମଧୁସ୍ମିତା।


କଟକର ପୁରୀଘାଟ ଥାନାରେ କରିଥିବା ଅଭିଯୋଗରେ ଅନୁଭବଙ୍କ ମା’ ଦର୍ଶାଇଛନ୍ତି ଯେ, କଟକ ଚୌଧୁରୀ ବଜାର ନନ୍ଦିସାହିରେ ସେ ରହୁଥିବା ଘର ୬୦ ବର୍ଷ ତଳର । କିଛିଦିନ ତଳେ ପାଇଖାନା ଟାଙ୍କିରେ ସମସ୍ୟା ଦେଖା ଦେବାରୁ ଏହାର ମରାମତି ପାଇଁ ସେ ଯୋଗାଯୋଗ କରିଥିଲେ । ମିସ୍ତ୍ରୀ ମରାମତି ପାଇଁ ୧୦ ଦିନ ଲାଗିବ ବୋଲି କହିଥିଲେ । ତେଣୁ ଏହି ୧୦ ଦିନ ଲାଗି ଘର ଛାଡ଼ି ବକ୍ସିବଜାର ସ୍ଥିତ ତାଙ୍କ ବାପଘରକୁ ଯିବାକୁ ବଡ଼ ବୋହୂ ବର୍ଷାଙ୍କୁ ସେ ଅନୁରୋଧ କରିଥିଲେ।
କିନ୍ତୁ କୌଣସି କାରଣ ନ ଦର୍ଶାଇ ବର୍ଷା ଘର ଛାଡ଼ୁନଥିବା ଅନୁଭବଙ୍କ ମା’ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ସେ, ତାଙ୍କ ସ୍ୱାମୀ ଓ ଘରର ଅନ୍ୟ ସଦସ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଥାନା କର୍ତ୍ତୃପକ୍ଷ ଘରକୁ ଆସି ସମସ୍ତ ତଥ୍ୟ ଦେଖି ପଦକ୍ଷେପ ନେବାକୁ ଅନୁଭବଙ୍କ ମା’ ଅନୁରୋଧ କରିଛନ୍ତି।

The post ମରାମତି ପାଇଁ ବର୍ଷାଙ୍କୁ ଘର ଖାଲି କରିବା ନେଇ ଥାନାରେ ଅଭିଯୋଗ କଲେ ଅନୁଭବଙ୍କ ମା’ first appeared on Sambad.



from ଜିଲ୍ଲା – Sambad https://ift.tt/2IdpOIY