କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମରୁଆବିଲି ପଞ୍ଚାୟତ ଖରଖରୀ ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଗତକାଲି ସନ୍ଧ୍ୟା ଠାରୁ ନିଖୋଜ ଥିବା ଜଣେ ନାବାଳିକାର କ୍ଷତଵିକ୍ଷତ ଶବ ଠାବ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଖରଖରୀ ଗାଁ ନିକଟରେ କ୍ଷତଵିକ୍ଷତ ଅବସ୍ଥାରେ ଜଣେ ନାବାଳିକାର ମୃତ ଦେହ ପଡ଼ିଥିବା ଲୋକମାନେ ଦେଖିଥିଲେ। ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କଙ୍କଡ଼ାହାଡ଼ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ନିଖୋଜ ନାବାଳିକାର କ୍ଷତଵିକ୍ଷତ ଶବ ଉଦ୍ଧାର, ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ସନ୍ଦେହ! first appeared on Sambad.



from ଜିଲ୍ଲା – Sambad https://ift.tt/32HBsD5