ଖମାର: ଅନୁଗୁଳ ଜିଲ୍ଲା ଖମାର ଥାନା କରଡାଖମଣ ଗ୍ରାମର ରଜନୀ ବେହେରା (୪୦) ଆଜି ସକାଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ସବୁଦିନ ଭଳି ଆଜି ଭୋରରୁ ରଜନୀ ନିତ୍ୟକର୍ମ ପାଇଁ ଯାଉଥିବା ବେଳେ ବାଟରେ ଥିବା ଏକ ତାର ବାଡ଼ ସଂସ୍ପଶରେ ଆସିଥିଲେ। ତାର ବାଡ଼ରେ ପୂର୍ବରୁ କୌଣସି ମତେ ବିଦ୍ୟୁତ ଚାର୍ଜ ହୋଇଥିଲା। ବାଡ଼କୁ ଛୁଇଁବା କ୍ଷଣି ରଜନୀ ଗୁରୁତର ହୋଇଥିଲେ।

ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତାର ବାଡ଼ ଲାଗି ମୃତ୍ୟୁବରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ରଜନୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି।

The post ଖମାର: ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/2K1MbBV