
ଜଗତ୍ସିଂହପୁର: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବରିଷ୍ଠ କିରାଣୀ ସଂଯୁକ୍ତା ଦାଶ। ଜଗତ୍ସିଂହପୁର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ ସହକାରୀ ସଂଯୁକ୍ତା ଦାଶଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଛି। ସଂଯୁକ୍ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ୪ଟି ସ୍ଥାନରେ ଚଢ଼ାଉ କରିଛି।
ଭିଜିଲାନ୍ସ ଜଗତ୍ସିଂହପୁର ଜିଲ୍ଲାର ତାରିକୁଣ୍ଡାସ୍ଥିିତ ସାତପୁରାରେ ଥିବା ସଂଯୁକ୍ତାଙ୍କ ୨ ମହଲା ବିଶିଷ୍ଟ ବାସଭବନରେ, ପାଣିସାଳିଆରେ ଥିବା ଦୁଇ ମହଲା ବିଶିଷ୍ଟ ଘରେ, କଟକର ମହାନଦୀ ବିହାରରେ ଥିବା ୩ ବିଏଚ୍କେ ଫ୍ଲାଟ୍ରେ ଓ ଜଗତ୍ସିଂହପୁରରେ ଥିବା ସବ୍-କଲେକ୍ଟରଙ୍କ କାର୍ଯ୍ୟାଳୟର ଅଫିସ୍ ରୁମ୍ରେ ଚଢ଼ାଉ କରିଥିବା ସୂଚନା ରହିଛି।
The post ଜଗତ୍ସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ first appeared on Sambad.
from ଜିଲ୍ଲା – Sambad https://ift.tt/3mpOXz8
0 Comments