ରାଉରକେଲା: ଆଜି ସକାଳୁ ପାନପୋଷ ରେଳ ଷ୍ଟେସନରୁ ଦୁଇ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ରେଳବାଇ ପୁଲିସ ଉଦ୍ଧାର କରିଛିl ରାଉରକେଲା ପାନପୋଷ ରେଳବାଇ ଓଭର ବ୍ରିଜ ନିକଟରେ ଶବ ଦୁଇଟି ପଡ଼ିଥିଲା l ଜଣେ ଯୁବକଙ୍କ ଶବ ରେଳଧାରଣା ମଝିରେ ପଡ଼ି ରହିଥିବା ବେଳେ ଅନ୍ୟ ଜଣଙ୍କର ଶବ ରେଳ ଧାରଣା କଡ଼ରେ ପଡ଼ିଥିଲା। ଦୁଇ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଉଭୟଙ୍କ ପରିଚୟ ମିଳିନାହିଁ l ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l

ଦୁହେଁ ଟ୍ରେନରେ କଟିଯାଇଥିବା ଅନୁମାନ କରାଯାଉଛିl ଭୋର ପ୍ରାୟ ୫ଟାରେ ଦୁଇ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶବ ପଡ଼ିଥିବା ଦେଖି କିଛି ଯାତ୍ରୀ ପୁଲିସ ଓ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେl

The post ପାନପୋଷ ଷ୍ଟେସନରୁ ଦୁଇ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/2Wtjdh7