
ଗରଦପୁର: ୧୯୧୪ ମସିହା ବ୍ରିଟିସ ଅମଳରୁ ପାଟକୁରା ଥାନା ପ୍ରତିଷ୍ଠା ହୋଇଛି। ଚିତ୍ରୋତ୍ପଳା, ପାଇକା, ଲୁଣା ଓ କରାଣ୍ତିଆ ଭଳି ନଦୀବହୁଳ ଅ˚ଚଳ ମଧୢରେ ପାଟକୁରା ଥାନା କାର୍ଯ୍ୟ କରୁଛି। ଗରଦପୁର ବ୍ଲକ୍ ସମେତ ମାର୍ଶାଘାଇ ବ୍ଲକ୍ର ମୋଟ୍ ୩୨ ଗୋଟି ପ˚ଚାୟତ ଏହି ଥାନା ଅଧୀନରେ ଅଛି। ୪୦ କିଲୋମିଟର ମଧ୍ୟରେ ଥାନା କାର୍ଯ୍ୟ କରୁଥିବାରୁ ବହୁତ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ମୁସ୍କିଲ ହୋଇ ପଡ଼ୁଛି। ଏହି ଥାନା ଅଧୀନରେ କୁଦାନଗରୀ ଫାଣ୍ତି କୋରୁଆଠାରେ କାର୍ଯ୍ୟକ୍ଷମ ଥିଲେ ବି ଫାଣ୍ଡି ପରିଚାଳନା ପାଇଁ ଅଧିକ ପୁଲିସ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ପାଟକୁରା ଥାନାରେ ଆଇଆଇସିଙ୍କ ଅଧୀନରେ ଗୋଟିଏ ମାତ୍ର ପୁରୁଣା ଟାଟା ସୁମୋ ଗାଡ଼ି ଅଛି। ଏହାର ମରାମତି ପାଇଁ ଯନ୍ତ୍ରା˚ଶ ମିଳିବା କଷ୍ଟକର ହେଉଛି। ସେଥିରେ ପୁଣି ସରକାରଙ୍କ ତରଫରୁ ମାସିକ ମାତ୍ର ୨୫୦ ଲିଟର ତେଲ ମିଳୁଛି।
ଏହି ଥାନାର ପରିସୀମା ଅଧିକ ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସ୍ବାଭାବିକ ରଖିବା ପାଇଁ ପାଟ୍ରୋଲି˚ ଗାଡ଼ି ଯୋଗାଇ ଦେଲେ ସୁବିଧା ହୁଅନ୍ତା ବୋଲି ଆଇଆଇସି ସୁଜିତ କୁମାର ପ୍ରଧାନ କହି ଛନ୍ତି। ଏଥି ସହିତ ଥା ନା ରେ ଖାଲିଥିବା ୩ ଟି ଏଏସ୍ ଆଇ ପଦବି ପୂରଣ କରିବା, ଥାନାର ପୁରୁଣା କ୍ବାର୍ଟରକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବା ଥାନାର କାଗଜାତ ପ୍ରସ୍ତୁତ ପାଇଁ କମ୍ପ୍ୟୁଟର ଅପରେଟର ଯୋଗାଇଦେବା ଓ ଜବତ ହେଉଥିବା ସାମଗ୍ରୀର ରକ୍ଷଣାବେକ୍ଷଣ ପାଇଁ ଏକ ମାଲଖାନା ଘର ହେବାର ଆବଶ୍ୟକତା ରହିଛି। ଥାନାକୁ ଆସୁଥିବା ଜନସାଧାରଣ ଓ ପୁଲିସକୁ ଆଇନ ସହାୟତା ପ୍ରଦାନ କରିବା ପାଇଁ ଥାନା ସହିତ ଜଣେ ଆଇନ ପରାମର୍ଶଦାତା ଯୋଗାଇ ଦିଆଯାଇପାରିଲେ ଜନସାଧାରଣ ନ୍ୟାୟ ପାଇ ପାରନ୍ତେ। ଥାନାକୁ ଅଧିକ ଜମିଜମା ସ˚କ୍ରାନ୍ତୀୟ ମାମଲା ଆସୁଥିବାରୁ ଗରଦପୁର ଓ ମାର୍ଶାଘାଇ ତହସିଲରେ ଅଧିକ ସ˚ଖ୍ୟକ ଅମିନ ଯୋଗାଇ ଦେଲେ ଲୋକଙ୍କ ଜମିଜମା ଚିହ୍ନଟ ସମସ୍ୟାର ଶୀଘ୍ର ଦୂରୀଭୂତ ହୋଇ ପାରନ୍ତା ବୋଲି ଆଇଆଇସି ସୁଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
The post ଆମ ଥାନା କଥା; ପାଟ୍ରୋଲିଂ ପାଇଁ ଦିନକୁ ୮ ଲିଟର ତେଲ first appeared on Sambad.
from ଜିଲ୍ଲା – Sambad https://ift.tt/36XgylP
0 Comments