ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଟାଉନଥାନାର ଦକ୍ଷିଣକାଳୀ ନିକଟରେ ଥିବା ଆପାର୍ଟମେଣ୍ଟ କଡ଼ର ଏକ ବୁଦା ଭିତରୁ ତିନି ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଏହି ୩ ଶିଶୁ ବୁଦା ଭିତରେ ଶୋଇଥିବାର କିଛି ଲୋକ ଦେଖିବା ପରେ ଟାଉନ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଶିଶୁମାନଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି।

ଉଦ୍ଧାର ପରେ ଛୁଆମାନଙ୍କୁ ପଚରା ଉଚରା କରିବାରୁ ସେମାନଙ୍କୁ ସେମାନଙ୍କ ବାପା ମଦ୍ୟପାନ କରି ଅସହ୍ୟ ନିର୍ଯାତନା ଦେଉଥିବା କାରଣରୁ ସେମାନେ ଘରଛାଡ଼ି ଏଣେତେଣେ ବୁଲୁଥିବା କହିଛନ୍ତି। ଦକ୍ଷିଣକାଳି ସରଜଙ୍ଗ ସାହି ଅଞ୍ଚଳର ବାସିନ୍ଦା କୁଲି ନାଏକ ସେମାନଙ୍କ ବାପା ବୋଲି ସେମାନେ ପ୍ରକାଶ କରିଛନ୍ତି। ତେବେ ପୁଲିସ୍‌ ତିନି ଛୁଆଙ୍କୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

The post ଢେଙ୍କାନାଳ: ବିଳମ୍ବିତ ରାତିରେ ବୁଦା ଭିତରୁ ଉଦ୍ଧାର ହେଲେ ତିନି ଶିଶୁ first appeared on Sambad.



from ଜିଲ୍ଲା – Sambad https://ift.tt/2K5UD34