
ଖଜୁରିପଡ଼ା: ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଖଜୁରିପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ସ୍କୁଲ୍ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୧ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୬ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିବା କଥା ଜଣାପଡ଼ିଛି।
ଟିକିବାଲିରୁ ଭୁବନେଶ୍ୱର ଯାଉଥିବା ‘ରାଜା’ ନାମକ ଉକ୍ତ ବସ୍ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

ଚିକିତ୍ସା ନିମନ୍ତେ ପ୍ରଥମେ ଆହତ ଯାତ୍ରୀମାନଙ୍କୁ ଖଜୁରିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆନୁଷଙ୍ଗିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
The post ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍; ୨୧ ଯାତ୍ରୀ ଆହତ, ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ first appeared on Sambad.
from ଜିଲ୍ଲା – Sambad https://ift.tt/38cHspm
0 Comments