
ଢେଙ୍କାନାଳ: ଗତରାତିରେ ଶିକାର ଅନେ୍ଵଷଣରେ ବୁଲୁଥିବା ୫ ଜଣ ଶିକାରୀଙ୍କୁ ବନ ବିଭାଗ କର୍ମଚାରୀମାନେ କପିଳାସ ସଂରକ୍ଷିତ ଜଙ୍ଗଲର ୭ ନମ୍ବର କମ୍ପାର୍ଟମେଣ୍ଟ୍ରୁ ଧରିବା ପରେ ଆଜି ଗିରଫ କରିଛନ୍ତି।
ଗିରଫ ଶିକାରୀମାନେ ହେଉଛନ୍ତି ଗନ୍ଦିଆ ଥାନା ଧଉରାବଣି ଗ୍ରାମର ୨୧ ବର୍ଷିୟ ନବ ବାଳମୁଛ, ୨୭ ବର୍ଷିୟ ବୁଡୁ ବାଳମୁଛ, ୩୦ ବର୍ଷିୟ ରତନ ବାଳମୁଛ, ୨୮ ବର୍ଷିୟ କୁରୁପ ଗାଇପେଇ ଓ ୩୩ ବର୍ଷିୟ ସନାତନ ଦେହୁରୀ।
ପଚରା ଉଚୁରା କରିବା ପରେ ବନ ବିଭାଗ କର୍ମଚାରୀମାନେ ସେମାନଙ୍କ ଘରେ ଚଢ଼ାଉ କରି ୪ଟି ଦେଶୀ ବନ୍ଧୁକ, ୨ଟା ହରିଣ ଶିଙ୍ଗ, ଗୋଟିଏ ହେଡ୍ ଲ୍ୟାମ୍ପ୍, ୩ଟା ବଜ୍ରକାପ୍ତାର କାତି, ଓ ୩ଟା ମାଂସ କଟା ଛୁରି ଜବତ କରିଥିବା କଥା ଡିଏଫ୍ଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
The post କପିଳାସ ସରଂକ୍ଷିତ ଜଙ୍ଗଲରୁ ୫ ଶିକାରୀ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/2VK0uxu
0 Comments