ଭଦ୍ରକ ଜିଲ୍ଲାରେ ଝାଡ଼ଖାଇ ପାଇଁ ବିକ୍ରି ‌ହୋଇ ସାରିଲାଣି ୨୦୦ କୁଇଣ୍ଟାଲ୍‌ ମାଂସ, ମାଛ ବଜାର ବି ଗରମ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ଛାଡଖାଇ ବଜାର ଗରମ୍ ରହିଛି। ଗତକାଲି ମଙ୍ଗଳବାର ଥିବାରୁ ଲୋକେ ଛାଡଖାଇର ମଜା ନେଇ ପାରିନଥିଲେ। ଆଜି ବୁଧବାର ହୋଇଥିବାରୁ ଆମିଷ ବଜାରରେ ଖୁବ୍‌ ଭିଡ ରହିଛି। ମାଂସ କିଲୋ ୭୫୦ ଟଙ୍କା ରହିଥିବା ବେଳେ ଆଜି ଜିଲ୍ଲାରେ ୨୦୦ କୁଇଣ୍ଟାଲ୍‌ ମାଂସ ବିକ୍ରି ହୋଇ ସାରିଥିବା ସୂଚନା ରହିଛି।

ସେହିପରି ମାଛ ବଜାରରେ ବି ଖୁବ୍ ଭିଡ ରହିଛି। ଇଲିସି କିଲୋ ସର୍ବାଧିକ ୧୨୦୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କାରେ ବିକ୍ରି ହୋଇଛି। ଇଲିସି, ବାହଲ, ବେକିତି, ଖଙ୍ଗା, ଚମ୍ପା, ହରଡା ଖାଇ, ରୋହି, ଭାକୁର, ବାଟା ମାଛର ଦର୍ ଚଢା ରହିଛି। ଆଜି ସକାଳୁ ସକାଳୁ ଭଦ୍ରକର ବନ୍ତ ଛକ ମାଛ ମାର୍କେଟ, କଲେଜ ରୋଡ଼ ମାଛ ମାର୍କେଟ, ବାଇପାସ୍ ମାଛ ମାର୍କଟ, କଚେରି ମାଛ ମାର୍କେଟରେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରେ ୫ ସହ କୁଇଣ୍ଟାଲ୍‌ରୁ ଅଧିକ ମାଛ ବିକ୍ରି ହୋଇଛି।

The post ଭଦ୍ରକ ଜିଲ୍ଲାରେ ଝାଡ଼ଖାଇ ପାଇଁ ବିକ୍ରି ‌ହୋଇ ସାରିଲାଣି ୨୦୦ କୁଇଣ୍ଟାଲ୍‌ ମାଂସ, ମାଛ ବଜାର ବି ଗରମ first appeared on Sambad.



from ଜିଲ୍ଲା – Sambad https://ift.tt/3mHnTLK

Post a Comment

0 Comments