
ଫୁଲବାଣୀ: ଜାଡ଼ରେ ଥରଥର ହୋଇ କମ୍ପୁଛି କନ୍ଧମାଳ। ପ୍ରବଳ ଶୀତ ହେତୁ ଆଜି ଫୁଲବାଣୀରେ ତୁଷାରପାତ ହୋଇଥିବା ସୂଚନା ରହିଛି। ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ଏହି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ବସ୍ଷ୍ଟାଣ୍ଡ୍ ନିକଟରେ, ନଦୀଖଣ୍ଡି ସାହି ଓ ସାର୍ଟିଗୁଡ଼ାରେ ଏହି ତୁଷାରପାତ ହୋଇଥିବା ସୂଚନା ରହିଛି।
ଗତକାଲି ଓଡ଼ିଶାର କାଶ୍ମୀର କୁହା ଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇଥିଲା। ୪ ବର୍ଷ ପୂର୍ବେ ଫୁଲବାଣୀର ତାପମାତ୍ରା ଶୂନକୁ ଖସିଥିଲା। ଏହା ପରଠୁ ତାପମାତ୍ରା ୫ ଡିଗ୍ରିରୁ ତଳକୁ ଖସି ନଥିଲା। ରବିବାର ୫.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଫୁଲବାଣୀର ତାପାମାତ୍ରା ଆହୁରି ୧ରୁ ୨କୁ ଡିଗ୍ରିକୁ ଖସିବା ଆଶଙ୍କା କରାଯାଉଛି।
କିଛି ଦିନ ହେଲା ଶୀତ ଓ ତୁଷାରପାତ ଯୋଗୁ କନ୍ଧମାଳକୁ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହୋଇ ଯାଇଛି। ଦାରିଙ୍ଗବାଡ଼ି ତୁଳନାରେ ଫୁଲବାଣୀରେ ଶୀତର ମାତ୍ରା ଅଧିକ ରହୁଛି। ଏମିତିକି ପାଣିରେ ହାତ ମାରି ହେଉ ନାହିଁ।
The post ପ୍ରବଳ ଜାଡ଼ରେ ଥରୁଛି କନ୍ଧମାଳ, ଫୁଲବାଣୀରେ ତୁଷାରପାତ first appeared on Sambad.
from ଜିଲ୍ଲା – Sambad https://ift.tt/3plElCD
0 Comments