କୁତ୍ରା:ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ହାତୀ ଆତଙ୍କ ଥମିବାର ନାଁ ଧରୁନାହିଁ। ଗତକାଲି ବିଳମ୍ବିତ ରାତିରେ ପୁଣିଥରେ ହାତୀ ଆତଙ୍କ ଦେଖାଦେଇଛି। ଏହି ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଗତକାଲି ହାତୀପଲ ନୂଆଗାଁରେ ୫ଟି ଘର ଭାଙ୍ଗି ଆସବାବପତ୍ର ନଷ୍ଟ କରି ଦେବା ସହ ଘରେ ଥିବା ଧାନ ଚାଉଳ ଖାଇ ଦଳିମକଚି ନଷ୍ଟ କରି ଦେଇଛନ୍ତି।

ହାତୀପଲ ଗତକାଲି ବିଳମ୍ବିତ ରାତିରେ ନୂଆଗାଁ ଗ୍ରାମର ସମାରୁ ବିରଗଠିଆ, ପଦମିନି ସିଂହ, ମାରସେଲ ଏକ୍କା, ବୁଧୁଆ ମିଞ୍ଜ, ସୁନୀଲ ମିଞ୍ଜଙ୍କ ଘର ଭାଙ୍ଗିବା ସହ ସହ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେଦୁହେଁ ହେଲେ ସମାରୁ ବିରଗଠିଆ (୫୫) ଓ ଚିଲା ମିଞ୍ଜ (୬୦)। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ହାତୀ ଆକ୍ରମଣରେ ଅନ୍ୟମାନେ   ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନବିଭାଗ ଏଦିଗରେ ଦୃଷ୍ଟି ଦେଇ  କ୍ଷୟକ୍ଷତି ଆକଳନ କରି ଘର ଭଙ୍ଗା କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

The post ୫ ଘର ଭାଙ୍ଗିଲେ ହାତୀପଲ, ଆକ୍ରମଣରେ ୨ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3hgsGlI