
କେନ୍ଦ୍ରାପଡ଼ା/ରାଜକନିକା: କରୋନା ସ˚କ୍ରମଣ ଶୀର୍ଷରେ ଥିବା ସମୟରେ ସବୁ ନିୟମ, କଟକଣାକୁ ବେଖାତିର୍ କରି ସରକାରୀ ଅଫିସ୍ରେ ନିଜ ଜନ୍ମଦିନ ପାଳି ବିବାଦ ଘେରକୁ ଆସିଥିଲେ। ଆଜି କିନ୍ତୁ ନିଜ ବିବାହ ବାର୍ଷିକୀରେ ୫ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ କେନ୍ଦ୍ରାପଡ଼ା କନିକା ତହସିଲ୍ ଅଧୀନ ବରାଡ଼ିଆ ରାଜସ୍ବ ସର୍କଲ୍ର ଆର୍ଆଇ ଅନିତା ତରାଇ।
ଆର୍ଆଇ ଶ୍ରୀମତୀ ତରାଇ ଜମିଜମା ସମ୍ବନ୍ଧୀୟ କାଗଜପତ୍ର କରାଇଦେବା ପାଇଁ ଜଣେ ମହିଳାଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାଜକନିକା ଥାନା ଗୁଆଳି ଗାଁର ସବିତା ମଲ୍ଲିକଙ୍କର ଜମି ବିବାଦ ଥିଲା। ଆର୍ଆଇ ଶ୍ରୀମତୀ ତରାଇ ଅଡ଼ୁଆ ତୁଟାଇବା ପାଇଁ ୫ହଜାର ଟଙ୍କା ଦାବି କରିଥିଲେ। ଏ ସ˚କ୍ରାନ୍ତରେ ଶ୍ରୀମତୀ ମଲ୍ଲିକ କେନ୍ଦ୍ରାପଡ଼ା ଭିଜିଲାନ୍ସ ୟୁନିଟ୍କୁ ଜଣାଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଆଜି ଅଭିଯୋଗକାରିଣୀ ଆର୍ଆଇ ଶ୍ରୀମତୀ ତରାଇଙ୍କୁ କଣ୍ଟପଡ଼ାସ୍ଥିତ କାର୍ଯ୍ୟାଳୟରେ ଦିନ ପ୍ରାୟ ୧ଟା ବେଳେ ୫ହଜାର ଟଙ୍କା ଦେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ଡିଏସ୍ପି ଏସ୍.ଏନ୍. ରାୟଗୁରୁ ସୂଚନା ଦେଇଛନ୍ତି।
The post ବିବାହ ବାର୍ଷିକୀରେ ଲାଞ୍ଚ ନେଇ ଧରାପଡ଼ିଲେ ଆର୍ଆଇ first appeared on Sambad.
from ଜିଲ୍ଲା – Sambad https://ift.tt/34dGrfB
0 Comments