
ନୟାଗଡ଼ : ପରୀ ହତ୍ୟା ମାମଲାରେ ନୟାଗଡ଼ ପୁଲିସ ଫେଲ୍ ମାରିବା ପରେ ରାଜ୍ୟ ସରକାର ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ଗଠନ କରି ମାମଲାର ତଦନ୍ତ କରାଉଛନ୍ତି। ଟିମ୍ର ମୁଖ୍ୟ ଅରୁଣ ବୋଥ୍ରା ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଜୋରସୋର ଉଦ୍ୟମ କରୁଥିବା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଏସ୍ଆଇଟି ସଦସ୍ୟମାନେ ଯଦୁପୁରର ପ୍ରାୟ ୬୦ ଗୃହ ବାସିନ୍ଦାଙ୍କ ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡ଼ିଛି।
ଟିମ୍ର ପ୍ରାୟ ୫ ଜଣ ଲେଖାଏଁ ସଦସ୍ୟ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥିଲେ। ପରୀ ନିଖୋଜ ଦିନ ତୁମେ କେଉଁଠି ଥିଲ, ଏ ବାବଦରେ କ’ଣ ଜାଣିଛ, ତୁମ ଘରର ସଦସ୍ୟମାନେ କ’ଣ କରନ୍ତି ଆଦି ନାନା ପ୍ରଶ୍ନର ଉତ୍ତର ନେଇଥିବା ଜଣାପଡ଼ିଛି। ଘର ପିଛା ପ୍ରାୟ ୧୦ରୁ ୧୫ ମିନିଟ୍ ସମୟ ଦିଆଯାଇଥିଲା। ଏସ୍ଆଇଟି ମୁଖ୍ୟ ଶ୍ରୀ ବୋଥ୍ରା ମଧ୍ୟ ପରୀ ଗ୍ରାମ ଯଦୁପୁରରେ ଡେରା ପକାଇଥିଲେ। ବାକି ଥିବା ଆଉ କିଛି ଘରକୁ ଶନିବାର ଦିନ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ଶେଷରେ ସନ୍ଧ୍ୟାରେ ଶ୍ରୀ ବୋଥ୍ରା ଯଦୁପୁର ଗ୍ରାମବାସୀଙ୍କ ସହିତ ବୈଠକ କରିଥିଲେ। ଗ୍ରାମବାସୀଙ୍କୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ନିବେଦନ କରିଥିବା ସଭାପତି ଜୟକୃଷ୍ଣ ପରିଡ଼ା କହିଛନ୍ତି।
The post ଯଦୁପୁର ଗ୍ରାମରେ ଏସ୍ଆଇଟିର ତନାଘନା first appeared on Sambad.
from ଜିଲ୍ଲା – Sambad https://ift.tt/39KngxG
0 Comments