କେନ୍ଦୁଝର: ଗତରାତି ପ୍ରାୟ ଦୁଇଟା ବେଳେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସୋମଗିରି ନିକଟରେ ଗୋଟାଏ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୪ଜଣ ସାଙ୍ଗାତିକ ଆହତ ହୋଇଛନ୍ତି।

ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିମାନଙ୍କର ପରିଚୟ ମିଳିନାହିଁ। ଆହତ ୪ ଯାତ୍ରୀ ହେଉଛନ୍ତି ମୋଟା ନାଏକ, ସୁରେନ୍ଦ୍ର ମାରାଣ୍ଡି, ରେବତୀ ରାଜ ଓ ଏସ୍‌ କେ କମର।

୧୧ଜଣ ବ୍ୟକ୍ତିଙ୍କୁ ନେଇ ଯାତ୍ରା କରୁଥିବା ସେହି ବୋଲେରୋ ଗାଡ଼ିଟି କୌଣସି କାରଣରୁ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ପ୍ରଥମେ ରାସ୍ତା ପାର୍ଶ୍ୱରେ ଥିବା କୌଣସି ଏକ ଗଛରେ ଧକ୍କା ଖାଇଥିଲା। ତା’ପରେ ଗାଡ଼ିଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ି ପ୍ରାୟ ୧୦ ଫୁଟ୍‌ ତଳକୁ ଗଡ଼ିଯାଇଥିଲା।

One of the passengers

ଗାଡ଼ିରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ କିଛି ଯାତ୍ରୀ ଆହତ ହୋଇଥିଲେ।
ଖବର ପାଇ ପଣ୍ଡାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରିଥିଲା। ଆହତମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ୪ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବୋଲେରୋରେ ଯାତ୍ରା କରୁଥିବା ବ୍ୟକ୍ତିମାନେ ମୟୂରଭଞ୍ଜ ହାଟବାଦଲାର ଟେଣ୍ଟପଶିରୁ ଗୋରୁ କିଣିବାକୁ ହରିଚନ୍ଦନପୁର ଅଞ୍ଚଳର ଜିରାଙ୍ଗ ଅଭିମୁଖେ ଯାଉଥିଲେ।

The post କେନ୍ଦୁଝରରେ ବୋଲେରୋ ଓଲଟି ଚାରିଜଣଙ୍କ ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/3rCvyOF