ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ ଗଞ୍ଜା ଗ୍ରାମର ପ୍ରଭାତ କୁମାର ରାଏ। ୬ବର୍ଷ ଧରି ନିଜର ପରିବାର ବୋଝ ହାଲକା କରିବା ପାଇଁ ଦାମନଡିଉର ଦାଦରା ହାଭେଳି ସ୍ଥିତ ରୟାଲ ଇଲାଷ୍ଟିକ୍ କମ୍ପାନିରେ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ବେଶ ଖୁସିରେ ତାଙ୍କ ପରିବାର ଚଳୁଥିଲା। ହେଲେ କରୋନା ସବୁ ଓଲଟ ପାଲଟ କରିଦେଲା। କରୋନା ପାଇଁ କମ୍ପାନି ବନ୍ଦ ରହିବାରୁ କିଛିଦିନ ଧରି ପ୍ରଭାତ ବସି ଖାଇଲେ। ସଞ୍ଚିତ ଅର୍ଥ ସରିଯିବା ପରେ ବହୁ କଷ୍ଟରେ ନିଜ ଘରକୁ ଫେରିଲେ।

ଏକମାତ୍ର ପୁଅ ହେଇଥିବାରୁ ପରିବାର ଲୋକ ଆଉ ବାହାରକୁ ନ ଛାଡ଼ି ଗାଁରେ ରହି କିଛି କରିବା ପାଇଁ ପରାମର୍ଶ ଦେଲେ। ଧାର ଉଦ୍ଧାର କରି ସ୍ଥାନୀୟ ଅଶୋକ ବଜାରରେ ପ୍ରଭାତ ଏକ ଇଲେକ୍ଟ୍ରି ସରଞ୍ଜାମ ଦୋକାନ କରି ବ୍ୟବସାୟ ଆରମ୍ଭ କରିଛନ୍ତି। ନୂଆ ଦୋକାନ ହୋଇଥିବାରୁ ଅଧିକ ବେପାର ହେଉନି। ଭବିଷ୍ୟତ ଆଶାରେ କଷ୍ଟେମଷ୍ଟେ ତାଙ୍କ ପରିବାର ଚଳାଇବା ସହ ମାନସିକ ସ୍ତରରେ ସେ ଏହାକୁ ତାଙ୍କ ପେସା କରିବାକୁ ସ୍ଥିର କରି ନେଇଛନ୍ତି।

The post କରୋନା କାହାଣୀ; ଦାମନଡିଉରୁ ଫେରିଲେ ଗଞ୍ଜା first appeared on Sambad.



from ଜିଲ୍ଲା – Sambad https://ift.tt/3nYAQl1