
ଭୁବନେଶ୍ବର: ଭିଜିଲାନ୍ସ ହାତରେ ଗିରଫ ହେଲେ କୋଟିପତି କିରାଣୀ। ଭୁବନେଶ୍ୱର ଆଣ୍ଡ ବି ଡିଭିଜନ-୧ର ବରିଷ୍ଠ କିରାଣୀ ଅସିତ କୁମାର ନାୟକଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ବୁଧବାର ଗିରଫ କରିଛି। ଭିଜିଲାନ୍ସ ଗତକାଲି ଅସିତଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅସିତଙ୍କର ୫ କୋଟି ୨୩ ଲକ୍ଷରୁ ଅଧିକ ସଂପତ୍ତି ଭିଜିଲାନ୍ସ ଠାବ କରିଥିଲା।
ପୂର୍ତ୍ତ ବିଭାଗର ଏହି କୋଟିପତି କିରାଣି ଅସିତ କୁମାର ନାୟଙ୍କ ଘର ଓ ଅଫିସ୍ ସମେତ ୫ଟି ଜାଗାରେ ଗତକାଲି ଏକକାଳୀନ ଚଢ଼ଉ କରିଛି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍। ଘରୁ ନଗଦ କ୍ୟାସ୍ ୧୦ଲକ୍ଷ ଟଙ୍କା, ୨ କୋଟି ୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୩୫୦ ଗ୍ରାମ୍ ଓଜନର ସୁନା ଗହଣା ଜବତ କରାଯାଇଥିବା ବେଳେ ରାଜଧାନୀ, ଜଟଣୀ ଓ ବ୍ରହ୍ମପୁରରେ କୋଠା, ଫ୍ଲାଟ୍ ଓ ପ୍ଲଟ୍ ଠାବ କରାଯାଇଛି।
ଏତେ ପରିମାଣର ସମ୍ପତ୍ତି କୁଆଡୁ ଆସିଲା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଅସିତ କହିଛନ୍ତି ଯେ ଇଏ କ’ଣ ବେଶି ହୋଇଗଲା? ତାଙ୍କ ଚାକିରି କାଳ ଭିତରେ ନଗଦ ୧୦ ଲକ୍ଷ ଟଙ୍କା କ’ଣ ବେଶି ହୋଇଗଲା ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ବିଲ୍ ପାସ୍ କଲା ବେଳେ ଠିକାଦାରଙ୍କଠାରୁ ପିସି ନିଅନ୍ତି କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ସେ କାହାକୁ ବାଧ୍ୟ କରନ୍ତି ନାହିଁ କି କାହାକୁ ହଇରାଣ କରି ଟଙ୍କା ଆଦାୟ କରନ୍ତି ନାହିଁ। କିଏ କେମିତି ମନ ଖୁସିରେ ଦିଅନ୍ତି ବୋଲି ସେ ବେଶ୍ ହାଲୁକା ଭାବେ କହିଥିଲେ। ଠାବ ହୋଇଥିବା ସମସ୍ତ ସମ୍ପତ୍ତି କଳାଧନ ନୁହେଁ ବୋଲି ସେ ସଫେଇ ଦେଇଥିଲେ।
The post ଗିରଫ ହେଲେ କୋଟିପତି କିରାଣୀ, ୫ କୋଟି ୨୩ ଲକ୍ଷରୁ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ first appeared on Sambad.
from ଜିଲ୍ଲା – Sambad https://ift.tt/2KTBBx5
0 Comments